କାର୍ ଅଛି କିନ୍ତୁ ନାହାନ୍ତି ବ୍ୟବସାୟୀ, ପରିବାର ଲୋକ ଆଣିଲେ ଅପହରଣ ଅଭିଯୋଗ

Published By : Prameya-News7 Bureau | January 05, 2025 IST

ଜୟପୁର ୫।୧: ରାସ୍ତାରେ ଠିଆହୋଇଛି କାର୍ । ଗାଡ଼ିରେ ନାହାନ୍ତି ବ୍ୟବସାୟୀ । ଘରୁ କାର୍ ଧରି ବାହାରିଥିବା ବେଳେ ଏବେ କେଉଁଠି ଅଛନ୍ତି ମିଳୁନି ପତ୍ତା । ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ପାତ୍ରପୁଟ ବ୍ରିଜ୍‌ ନିକଟରେ ଏମିତି ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ବ୍ୟବସାୟୀ କେ.ସତ୍ୟା ଘରୁ ବାହାରିଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ । ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ବୈପାରୀଗୁଡା ଥାନା ଅନ୍ତର୍ଗତ ପାତ୍ରପୁଟ ବ୍ରିଜ୍‌ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରୁ ବ୍ୟବସାୟୀଙ୍କ କାର୍ ଠାବ ହୋଇଛି । ଅଭିଯୋଗ ପରେ ବୈପାରୀଗୁଡା ଓ ସଦର ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । 

ବ୍ୟବସାୟୀ ଜଣଙ୍କୁ ଅପହରଣକାରୀ ଆନ୍ଧ୍ର-ଓଡିଶା ସୀମାରେ ଛାଡିଦେଇଥିବା ସୂଚନା ମିଳୁଛି । ତେବେ କାହିଁକି ଏବଂ କିଏ ଏଭଳି ତାଙ୍କୁ ଅପହରଣ କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ ଅପହରଣ କରାଯାଇଛି କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । 

You Can Read:

କଟକ ମାତୃଭବନରେ ଅଘଟଣ, ସ୍ଲାବ କାମ ବେଳେ ହଠାତ ମାଡିଆସିଲା ପାଣି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.