ମୁମ୍ଵାଇ ୧୨।୦୫; ଅପେରସନ ସିନ୍ଦୂରକୁ ନେଇ ଭାରତୀୟ ସେନାଙ୍କୁ ପ୍ରସଂଶା କରିବା ସହିତ ଜୟ ହିନ୍ଦର ସ୍ଲୋଗାନ ଦେଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ପୂର୍ବରୁ ଏହି ଘଟଣା ସମ୍ବନ୍ଧୀୟ କୌଣସି ପୋଷ୍ଟ ସେ ସେୟାର କରିନଥିଲେ । ହେଲେ ବର୍ତ୍ତମାନ ଏହି ଆକ୍ରମଣକୁ ନେଇ ଏକ କବିତା ଲେଖି Xରେ ପୋଷ୍ଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଯାହା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆକ୍ରମଣରେ ପାକିସ୍ତାନ ୯ ଆତଙ୍କୀ ଶିବିରକୁ ଧ୍ବଂସ କରିବାରେ ସଫଳ ହୋଇଥିଲା ଭାରତ । ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା, ଅଭିନେତା ପର୍ଯ୍ୟନ୍ତ ସମସ୍ତେ ନିଜେ ନିଜର ପ୍ରତିକ୍ରିୟା ଦେଇଥିଲେ ।
T 5375 -
— Amitabh Bachchan (@SrBachchan) May 10, 2025
छुट्टियाँ मानते हुए, उस राक्षस ने, निर्दोष पति पत्नी को बाहर खींच कर, पति को नग्न कर, उसके धर्म की पूर्ति करने के बाद , उसे जब गोली मारने लगा, तो पत्नी ने, घुटने पे गिर कर, रो रो अनुरोध करने के बाद भी, की उसके पति को न मारो ; उसके पति को उस बुज़दिल राक्षस ने, बेहद…
ଏହାରି ମଧ୍ୟରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ କରି ଆସୁଥିବା ଅମିତାଭ ବଚ୍ଚନ ଏହି ବାବଦରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ପ୍ରଶଂସକମାନଙ୍କୁ ତାଙ୍କୁ ପସନ୍ଦ କରିନଥିଲେ । କିନ୍ତୁ ବିଗ ବି ଅନେକ ଦିନ ଧରି ଟ୍ୱିଟ କରୁଥିଲେ । ଏ ଘଟଣାର ପ୍ରତିକ୍ରିୟା ପାଇଁ ଅମିତାଭଙ୍କ ଟ୍ୱିଟଗୁଡିକୁ ଫ୍ୟାନ୍ସ ନଜର ରଖୁଥିଲେ । ହେଲେ ସେହି ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ପାଇପାରୁନଥିଲେ। ଅମିତାଭଙ୍କର ଏକ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି ।
ତାଙ୍କର ସେହି ପୋଷ୍ଟରେ ପହଲଗାମ ଆକ୍ରମଣଠାରୁ ଆରମ୍ଭ କରି ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ଏକ ସମ୍ପୂର୍ଣ କବିତା ଲେଖିଥିବା ଦେଖିବାକୁ ମିଳିଛି । ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଛୁଟି କଟାଇବାକୁ ଯାଇଥିବା ସମୟରେ ରାକ୍ଷସ ସାଜି ସମସ୍ତଙ୍କ ଘର ସଂସାରକୁ ଛାରଖାର୍ କରିଦେଇଥିଲେ । ସ୍ତ୍ରୀମାନଙ୍କ ସ୍ବାମୀଙ୍କୁ ଉଲଗ୍ନ କରି ଗୁଳି ମାଡ କରି ସେମାନଙ୍କୁ ହତ୍ୟା କରିଦେଇଥିଲେ । ଏତିକି ନୁହେଁ ବରଂ ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଥିଲେ ।
ଆହୁରି ମଧ୍ୟ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସ୍ତ୍ରୀମାନେ ତାଙ୍କ ଗୋଡ ତଳେ ପଡି ସେମାନଙ୍କ ସ୍ବାମୀଙ୍କ ଜୀବନ ଭିକ୍ଷା କରିଥିଲେ । ହେଲେ ସେହି ରାକ୍ଷସ ଅନୁରୋଧ ନରଖି ଓଲଟା ନାନା ପ୍ରକାର ଧମକ ଦେଇଥିଲେ । ସ୍ତ୍ରୀମାନେ ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ସହି ନପାରି ସେମାନଙ୍କୁ ମାରିଦେବକୁ କହିଥଲେ ମଧ୍ୟ ସେମାନେ ତାଙ୍କୁ ନ ମାରି ସ୍ତ୍ରୀ ଲୋକମାନଙ୍କୁ ବିଧବା କରିଦେଇଥିଲେ ।
ଅନ୍ୟପଟେ ଭାରତୀୟ ସେନାଙ୍କ ବୀରତ୍ବର ପ୍ରଶଂସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଜୟ ହିନ୍ଦ୍,ଜୟ ହିନ୍ଦର ସୈନ୍ୟବାହିନୀ । ତୁମେ କେବେବି ଅଟକିବ ନାହିଁ, ତୁମ୍ଭେ ଆଉ କେବେ ପଛକୁ ଫେରିବ ନାହିଁ, ତୁମେ କେବେ ମୁଣ୍ଡ ନୁଆଁଇବ ନାହିଁ, ବୋଲି ଲେଖି ସେ ତାଙ୍କ ପୋଷ୍ଟ ସେୟାର କରିଛନ୍ତି । ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏଥିରେ ଅନେକ ପ୍ରତିକ୍ରିୟା ଆସିଛି ।