‘ଅପରେସନ୍ ସିନ୍ଦୂର’ ଫିଲ୍ମର ପୋଷ୍ଟର୍ ଘୋଷଣା, ସମାଲାଚନା ପରେ କ୍ଷମା ମାଗିଲେ ନିର୍ମାତା

Published By : Prameya-News7 Bureau | May 12, 2025 IST

ନୂଆଦିଲ୍ଲୀ ୧୨।୦୫ : ଭାରତ  ‘ଅପରେସନ୍‌ ସିନ୍ଦୂର’ ଜରିଆରେ   ପାକିସ୍ତାନକୁ କଡ଼ା ଜବାବ ଦେଇଛି।   ଇତିମଧ୍ୟରେ ଫିଲ୍ମ ନିର୍ମାତା ନିକ୍କି ଭଗନାନୀ ‘ଅପରେସନ୍‌ ସିନ୍ଦୂର’ ଉପରେ ଫିଲ୍ମ ନିର୍ମାଣ  ଘୋଷଣା କରିଛନ୍ତି । ସେତିକି ନୁହେଁ, ଫିଲ୍ମର  ପୋଷ୍ଟର୍‌ ମଧ୍ୟ ଜାରି କରିଛନ୍ତି । ଏହାକୁ ନେଇ  ଲୋକଙ୍କ ଆକ୍ରୋଶ ବଢ଼ିଛି । ନିର୍ମାତାଙ୍କୁ  ସମାଲୋଚନା କରିଛନ୍ତି । ତେବେ ନିକ୍କି  ଭଗନାନୀ ଏ ମାମଲାରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି, କିଛି ସମୟ ତଳେ  ମୁଁ ସୋସିଆଲ ମିଡିଆରେ ‘ଅପରେସନ୍‌  ସିନ୍ଦୂର’ ନାମରେ ଏକ ଫିଲ୍ମ ଘୋଷଣା  କରିଥିଲି । ଏହା ଆମ ସେନା ଓ ଏକ  ସାହସିକ ମିଶନ ଦ୍ୱାରା  ପ୍ରେରିତ । ଯଦି ଏଥିରେ  କେହି ଆହତ ହୋଇଥାନ୍ତି,  ତେବେ ମୁଁ କ୍ଷମା ପ୍ରାର୍ଥନା  କରୁଛି। ମାମଲାଟି ଏମିତି । 

ନିକ୍କି ଭିକ୍କି ଭଗନାନୀ ଫିଲ୍ମସ ଓ  କଣ୍ଟେଣ୍ଟ୍‌ ଇଞ୍ଜିନିୟର ମିଳିତ  ଭାବେ ‘ଅପରେସନ୍‌  ସିନ୍ଦୂର’ ନାମକ ଫିଲ୍ମ ନିର୍ମାଣର ଘୋଷଣା  କରିଥିଲେ । ଏହାର ଏକ ଏଆଇ  ପୋଷ୍ଟର୍‌ ମଧ୍ୟ ଶେୟାର କରିଥିଲେ ।  ଏଥିରେ ଲେଖାଯାଇଛି- ଭାରତ ମାତା କୀ  ଜୟ, ଅପରେସନ୍‌ ସିନ୍ଦୂର । ଏହା ପରେ  ସୋସିଆଲ ମିଡିଆ ୟୁଜର୍‌  ଖୁବ୍‌ ରାଗିଯାଇଛନ୍ତି ।  ନିଜର ଫାଇଦା ପାଇଁ ଫିଲ୍ମ  ନିର୍ମାଣ ଲାଗି ସମସ୍ତେ  ଆଗେଇ ଆସିଛନ୍ତି   ବୋଲି ୟୁଜର କହୁଛନ୍ତି ।  ଯୁଦ୍ଧ ସ୍ଥିତିରେ ନିଜକୁ ଓ  ଦେଶକୁ ଲଜ୍ଜିତ କରିବା  ବନ୍ଦ କରିବାକୁ ଜଣେ  ୟୁଜର୍‌ ଲେଖିଛନ୍ତି ।  ଏହି ଫିଲ୍ମର ନିର୍ଦ୍ଦେଶକ ଉତ୍ତମ ମାହେଶ୍ୱରୀ  ମଧ୍ୟ ଲୋକଙ୍କ ସମାଲୋଚନା ପରେ କ୍ଷମା  ମାଗିଛନ୍ତି । ସୋସିଆଲ ମିଡିଆରେ ସେ  ପୋଷ୍ଟ୍‌ ସେୟାର କରି ଲେଖିଛନ୍ତି, ଭାରତୀୟ  ସୈନ୍ୟଙ୍କ ବୀରତ୍ୱ ଦ୍ୱାରା ପ୍ରେରିତ ଫିଲ୍ମ  ‘ଅପରେସନ୍‌ ସିନ୍ଦୂର’ ଘୋଷଣା ପାଇଁ ମୁଁ  କ୍ଷମା ମାଗୁଛି । କାହାର ଭାବନାକୁ ଆଘାତ ଦେବା ଏହାର ଉଦ୍ଦେଶ୍ୟ ନ ଥିଲା । ଆମ  ଯବାନଙ୍କ ସାହସ, ବଳିଦାନ ଓ ଶକ୍ତିରେ ମୁଁ ଖୁବ୍‌  ପ୍ରଭାବିତ ହେଲି । 

ଏହି କାହାଣୀକୁ କେବଳ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଥିଲି । ଅନ୍ୟପକ୍ଷେ, ଶିବସେନା ସାଂସଦ ପ୍ରିୟଙ୍କା  ଚତୁର୍ବେଦୀ ‘ଅପରେସନ୍‌ ସିନ୍ଦୂର’ ନାଁରେ  ଫିଲ୍ମ ପଞ୍ଜିକୃତ କରିବା ପାଇଁ ଲାଗିଥିବା  ରେସ୍‌କୁ ନେଇ ବଲିଉଡ୍‌ ନିର୍ମାତା ଓ  ପ୍ରଯୋଜନା ସଂସ୍ଥାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି । ଏମାନଙ୍କୁ ଅଲଜ୍ଜା ଶାଗୁଣା  ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.