ଜଣେ କ୍ରିକେଟର ଥିଲେ ତ ଆଉ ଜଣେ ଭେଟରାନ୍ ଅଭିନେତା; ସୈଫଙ୍କ ପୂର୍ବରୁ ଏହି ଦୁଇ ତାରକାଙ୍କୁ ଡେଟ୍ କରିଥିଲେ ଅମ୍ରିତା

Published By : Prameya-News7 Bureau | February 10, 2025 IST

ମୁମ୍ଵାଇ ୧୦।୦୨; ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମ୍ରିତା ସିଂ। ୮୦ ଦଶକରେ ବେଶ ଚର୍ଚ୍ଚାରେ ଥିଲେ । ତାଙ୍କର ହିଟ୍ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। କିନ୍ତୁ ପରେ ତାଙ୍କର ବହୁ ଫିଲ୍ମ ଫ୍ଲପ ହେବା ପରେ ସିନେମାଠାରୁ ଦୂରେଇ ରହିଥିଲେ । ତେବେ ଅମ୍ରିତା ସୈଫ ଅଲ୍ଲି ଖାନଙ୍କୁ ବିବାହ କରିଥିଲେ । ପରେ  ସେମାନଙ୍କ ବିଚ୍ଛେଦ ହୋଇଥିଲା। ହେଲେ ସୈଫଙ୍କ ପୂର୍ବରୁ ୨ ଜଣ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମ୍ରିତା । ଜଣେ ୧୫୦ରୁ ଅଧିକ ଫିଲ୍ମ କରି ସାରିଥିବାବେଳେ ଅନ୍ୟଜଣେ କ୍ରିକେଟରର ଜଣାଶୁଣା ଚେହେରା।

ସୈଫ୍ ଅଲ୍ଲୀ ଖାନଙ୍କ ବ୍ୟତୀତ ଅମ୍ରିତା ସିଂହଙ୍କ ନାମ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ଅମ୍ରିତା ଏବଂ ବିନୋଦ ଖାନ୍ନାଙ୍କ ମଧ୍ୟରେ ମଧ୍ୟ ପ୍ରେମ ସମ୍ପର୍କ ଥିବା ଖବର ଆସିଥିଲା। କୁହାଯାଏ ଯେ ଅମୃତାଙ୍କ ସହ ସାକ୍ଷାତ ପରେ ବିନୋଦ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବୟସର ଯଥେଷ୍ଟ ପାର୍ଥକ୍ୟ ଥିଲା। ବିନୋଦ ଅଭିନେତ୍ରୀ ଅମୃତାଙ୍କ ଠାରୁ ୧୨ ବର୍ଷ ବଡ଼ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ।

ଅପରପକ୍ଷରେ କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଅମ୍ରିତାଙ୍କ ନାମ ଯୋଡ଼ି ହୋଇଥିଲା । ଉଭୟଙ୍କ ପ୍ରେମ ଏତେ ଆଗକୁ ଯାଇଥିଲା କି, ସେମାନେ ବିବାହ ପର୍ଯ୍ୟନ୍ତ କଥା ବଢ଼ାଇଥିଲେ । ହେଲେ ଏମିତି କିଛି ଘଟିଥିଲା ଯେଉଁଥି ପାଇଁ ସେମାନଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାର ମୁଖ୍ୟ କାରଣ ରହିଥିଲା, ରବି ଶାସ୍ତ୍ରୀ ବିବାହ ପୂର୍ବରୁ କହିଥିଲେ କି, ତୁମେ ବିବାହ ପରେ ଆଉ ଫିଲ୍ମ କରିବ ନାହିଁ । ଯାହାକୁ ମନା କରିଥିଲେ ଅମ୍ରିତା। ଆଉ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିନଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.