ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଖୁଲାସା କଲେ କରୀନା, କହିଲେ-ଜରୁରୀ ନୁହେଁ...

Published By : Prameya-News7 Bureau | March 13, 2025 IST

ମୁମ୍ଵାଇ ୧୩।୦୩; ୨୦୦୦ ମସିହାରେ ‘ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡ୍‌ରେ  ପାଦ ଥାପିଥିଲେ ଅଭିନେତ୍ରୀ କରୀନା କପୁର । ସେବେଠାରୁ  ଦୀର୍ଘ ୨୫ ବର୍ଷର କ୍ୟାରିଅର ମଧ୍ୟରେ ଅନେକ ସୁପରହିଟ୍‌  ଫିଲ୍ମରେ ଅଭିନୟ କରିଛନ୍ତି ସେ । କିନ୍ତୁ ସବୁ  ଫିଲ୍ମରେ ଅନ୍ତରଙ୍ଗ ଦୃଶ୍ୟଠାରୁ ଦୂରରେ ରହିଛନ୍ତି ।  

ନିକଟରେ ଏକ ସାକ୍ଷାତକାରରେ କରୀନା ଏଭଳି  ଦୃଶ୍ୟକୁ ନେଇ ସହଜ ଅନୁଭବ କରୁନଥିବା  ପ୍ରକାଶ କରିଛନ୍ତି । ‘ଦ ଡାର୍ଟି’ ପତ୍ରିକା ସହ ସାକ୍ଷାତକାରରେ କରୀନା କହିଛନ୍ତି, କାହାଣୀକୁ  ଆଗକୁ ବଢ଼ାଇବାକୁ ଏଭଳି ଦୃଶ୍ୟ ଜରୁରି ବୋଲି  ସେ ମନେକରନ୍ତି ନାହିଁ । ପରଦାରେ ଅନ୍ତରଙ୍ଗ  ଦୃଶ୍ୟ କରିବାବେଳେ ସେ ସହଜ ରହିବେ ନାହିଁ  ବୋଲି ଜାଣିଥିବାରୁ କେବେହେଲେ ଏଭଳି  ଦୃଶ୍ୟ କରିନାହାନ୍ତି । ସେହିପରି ପରଦାରେ  ଅନ୍ତରଙ୍ଗ ଦୃଶ୍ୟ ଦେଖାଇବା ପୂର୍ବରୁ ଏ  ସଂପର୍କରେ ଗମ୍ଭୀରତାର ସହ ବିଚାର  କରାଯିବା ଆବଶ୍ୟକ । ଏହାକୁ ସମ୍ମାନ  ମିଳିବା ଉଚିତ୍‌ ।

ଭାରତୀୟ ସମାଜ   ଏବେ ବି ଏତେ ମୁକ୍ତ ବିଚାରଧାରାର   ହୋଇନାହିଁ ବୋଲି କରୀନା  ପ୍ରକାଶ କରିଥିଲେ । ତାଙ୍କୁ  ଆଗକୁ ମାଲାୟାଲମ୍‌ ଷ୍ଟାର  ପୃଥୀରାଜ ସୁକୁମାରନ୍‌ଙ୍କ  ସହିତ ଦେଖିବାକୁ ମିଳିବ ।  ମେଘନା ଗୁଲଜାରଙ୍କ  ଏକ ଚଳଚ୍ଚିତ୍ରରେ  ମଧ୍ୟ କରୀନା ନଜର  ଆସିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.