ଭୁବନେଶ୍ୱର ୧୩/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ। ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର। ପ୍ରଥମେ ରାଜାଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ପରେ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ପ୍ରେସ ମିଟ୍ କରି ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG । ସେ କହିଛନ୍ତି ୧୭ ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ EOW । ୧୮୫ କୋଟି ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ଜଣାପଡିଛି। ଦୁର୍ନୀତିରେ ଏବେସୁଦ୍ଧା ୨ ଜଣ ସମ୍ପୃକ୍ତ ଥିବା ତଦନ୍ତରୁ ଜଣା ପଡୁଛି। ପାରିପାର୍ଶ୍ଵିକ ବିକାଶ ନାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡୁଛି ।
ରାଜା ଚକ୍ର ୯ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ମେସିନ ଲୋଡିଂ କରି ମାନୁଆଲ ଲୋଡିଂ ନାଁରେ ବିଲ୍ ହୋଇଛି। ଏହି ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କୁ ଗିରଫ କରିଛି EOW । ଏହା ସହ ୪୨ ଟି ଗାଡିକୁ ଜବତ କରାଯାଇଛି । ରାଜାଙ୍କ ସମେତ ମୋଟ ୩ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।
also read...
ରାଜା ଚକ୍ରର କ୍ରସର ଜବତ କଲା EOW, ଏବେବି ଚାଲିଛି ୧୦୦ରୁ ଅଧିକ ଆକାଉଣ୍ଟର ଯାଞ୍ଚ
ସୂଚନା ଥାଉକି, ବିଜେଡି ଛତ୍ରଛାୟା ରହି କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। କେବଳ ରାଜା ନୁହେଁ, ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାସହ ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ରାଜା ଚକ୍ରଙ୍କୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।