ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ: ମାଉଜର, ହନୁମାନ ପଇସା ସହ ଗୁଳି ଜବତ

Published By : Prameya-News7 Bureau | March 11, 2025 IST

ନୀଳଗିରୀ ୧୧/୩: ଜାଲରେ ଫସିଲା ଅପରାଧୀ । ଅପରାଧୀ ଠାରୁ ୪ରାଉଣ୍ଡ ମାଉଜର, ଅଫୁଟା ଗୁଳି, ଝିଙ୍କ କାଠି, ୫ଟି ହନୁମାନ ପଇସା ସହ ୨.୩୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ନୀଳଗିରୀ ଥାନା ଅଧୀନରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବାରେ ସକ୍ଷମ ହୋଇଛି ପାଇଁ ନୀଳଗିରି ପୋଲିସ । 

ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ଵରେ ପୋଲିସ ଫୋର୍ସ ମିଶି କରିଥିଲେ ପ୍ରି ପ୍ଲାନ । ୧୨ଘଣ୍ଟା ଧରି ଜାଲ ବିଛାଇବା ପରେ ଧରା ପଡ଼ିଥିଲା ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ । ଗିରଫ ପରେ ଚଢ଼ାଉ ବେଳେ ଅପରାଧି ଅତି ଚତୁରତାର ସହ ମାଉଜର ଟିକୁ ଅନ୍ୟତ୍ର ଜାଗାରେ ପୋତି ଦେଇଥିବା ବେଳେ ପୋଲିସ ଖୋଜି ବାହାର କରିଥିଲା । 

ବାଲେଶ୍ଵର ଜିଲ୍ଲା ନିଳଗିରି ପୋଲିସ ପାଇଁ ଏକ ବିରାଟ ସଫଳତା ବୋଲି କୁହାଯାଉଛି । ନିଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ  ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ ଅନେକ ଦିନରୁ ହନୁମାନ ପଇସା କାରବାର କରିବାର ପୋଲିସ ସୁରାକ ପାଇଥିଲା । ସୋମବାର ସନ୍ଧ୍ୟାରେ ଏକ ଟିମ ତାଙ୍କ ଘରେ ସନ୍ଧ୍ୟାରେ ଅଚାନକ ଚଢ଼ାଉ କରି ଗିରଫ କରିଥିଲା । 

ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲେଶ୍ୱର ଆଇଜି ଓ ଏସପି ଆଜି ସାମ୍ବାଦିକ ସମ୍ମଳନୀ ଜରିଆରେ ହନୁମାନ ପଇସାର ଚାଉଳକୁ ଆକର୍ଷିତ କରିବା, ଛୁଞ୍ଚି କୁ ଆକର୍ଷିତ କରିବା, ଉଜାଲାରେ ବ୍ୟାଟେରୀ ପାଣି ମିଶାଇ ହନୁମାନ ପଇସା ପକାଇ ଧଳା ପାଣି କରାଇବା ଭଳି ଡେମୋ ଦେଖାଇଛି । ଲୋକମାନେ ଭଙ୍ଗାମି କରି ହନୁମାନ ପଇସା ଦେବା ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ଆଣି ସେମାନଙ୍କୁ ବନ୍ଧୁକ ମୁନରେ ଲୁଟ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.