ଭୁବନେଶ୍ବର ୧୧।୩: ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହେଲେ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ୭ ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ ।
ଗୃହରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବୁ । ବାଚସ୍ପତିଙ୍କୁ ଜଣାଇଥିଲୁ, ଆମ କଥା ଶୁଣିଲେନି । ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ କଲର୍ ଧରିଲେ, ବାବୁ ସିଂ ଧକ୍କା ମାରିଲେ । ଏନେଇ ଲେଖିକି ଜଣାଇଲୁ କିନ୍ତୁ ବାଚସ୍ପତି ଶୁଣିଲେନି । ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି ।
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତାରା ବାହିନୀପତି, ସାଗର ଦାସ, ରୋମାଞ୍ଚ ରଂଜନ ବିଶ୍ଵାଳ, ଯୋଗେଶ ସିଂହ, ଦେବୀ ରଞ୍ଜନ ତ୍ରିପାଠୀ, ମାଧବ ଧଡା, ନବ ମଲ୍ଲିକ, ଅଭିମନ୍ୟୁ ସେଠୀ, ଚକ୍ରମଣି କହଁର ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ତାରା ବାହିନୀପତି, ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଥିଲେ । ରିପୋର୍ଟିଂ ଟେବୁଲର ହେଡ୍ଫୋନ୍ ଉପାଡିଦେଲେ ବିରୋଧୀ ସଦସ୍ୟ ।
You Can Read:
ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି : ଜୟନାରାୟଣ