ନୀଳଗିରି: କୁଳଡିହା ବନବିଭାଗର ଅତର୍କିତ ଚଢ଼ାଉ କରି ଦୁଇ ଶିକାରୀ ଗିରଫଙ୍କୁ କରିବା ସହ ସେମାନଙ୍କ ଠାରୁ ୪ଟି ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ଜବତ କରିଛି। ସୂଚନାଯୋଗ୍ୟ, କୁଳଡିହା ଅଭୟାରଣ୍ୟରେ ଶିକାରୀ ମାନଙ୍କ ବିରୁଦ୍ଧରେ ଆକ୍ସନ ମୋଡକୁ ଆସିଛି।
ଏହି କ୍ରମରେ ମଙ୍ଗଳବାର ହାତୀଖୁଲିଆ ନିକଟ ବାଘମପଡ଼ା ବିଟ ଅଧୀନରେ ଥିବା ଅଭୟାରଣ୍ୟରେ କିଛି ଶିକାରୀମାନେ ସକ୍ରିୟ ହୋଇଥିବା ଖବର ପାଇବା ପରେ ସଙ୍ଗେ ସଙ୍ଗେ ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ ତଥା କୁଳଡିହା ରେଞ୍ଜରଙ୍କ ତତ୍ୱବଧାନରେ ଏକ ଟିମ୍ ଚଢ଼ାଉ କରିଥିଲେ।
ଆଉ ଚିତ୍ରାଶୂଳ ବାଘମପଡ଼ା ଗାଁରୁ ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪ ଟି ବନ୍ଧୁକ ଓ ବ୍ୟାପକ ବନ୍ୟଜନ୍ତୁ ହାଡ଼ ଜବତ କରାଯାଇଛି। ଏନେଇ ବନବିଭାଗ ଏକ ମାମଲା ରୁଜୁକରିଥିବା ଜଣାପଡ଼ିଛି।