ରାଜା ଚକ୍ରର କ୍ରସର ଜବତ କଲା EOW, ଏବେବି ଚାଲିଛି ୧୦୦ରୁ ଅଧିକ ଆକାଉଣ୍ଟର ଯାଞ୍ଚ

Published By : Prameya-News7 Bureau | March 12, 2025 IST

Breaking_2

ଭୁବନେଶ୍ୱର ୧୨।୦୩ : ୧୦୦ କୋଟିରୁ ଅଧିକ ଟଙ୍କାର ଘୋଟାଲା ମାମଲା । ଅଭିଯୁକ୍ତ ରାଜା ଚକ୍ରର ଗୋଟିଏ କ୍ରସର ଜବତ କରିଛି ଇଓଡବ୍ଲୁ । ବର୍ତ୍ତମାନ ସୁଦ୍ଧା ରାଜା ଚକ୍ରର ୪୨ଟି ଗାଡ଼ି ଜବତ କରିସାରିଛି ଅର୍ଥନୈତିକ ଅପରାଧ ଶାଖା । 

ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିରେ ୧୦୦ କୋଟିରୁ ଅଧିକ ଟଙ୍କାର ଘୋଟାଲା ଅଭିଯୋଗ ସାମ୍ନାକୁ ଆସିଥିଲା । ଯାହାପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ରାଜା ଚକ୍ରର ୪୨ଟି ଗାଡ଼ି ଜବତ ହୋଇଥିବା ବେଳେ ବୁଧବାର ଦିନ ଏକ କ୍ରସର ମଧ୍ୟ ଜବତ ହୋଇଛି । ସେହିପରି ୧୦୦ରୁ ଅଧିକ ଆକାଉଣ୍ଟର ଆର୍ଥିକ କାରବାର ନେଇ ଛାନ୍‌ଭିନ୍ ଜାରି ରଖିଛି ଇଓଡବ୍ଲୁ ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.