ଜେଜେଙ୍କ ଦଶାହରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ନାତି, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | March 12, 2025 IST

ସୋର ୧୨।୩ମୃତ୍ୟୁ ଏମିତି ବି ଆସେ । ଏକାସଙ୍ଗେ ଡକାଡକି ହୋଇ ଚାଲିଗଲେ ଜେଜେ-ନାତି । ଜେଜେଙ୍କ ଦଶାହରେ ପୋଖରୀରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡି ନାତିଙ୍କର ମୃତ୍ୟୁ ହୋଇଛି । ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୂରା କରିବାର ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ପଞ୍ଚାୟତ ନୂଆଗାଁ ବଡ଼ ଗ୍ରାମର ଉପେନ୍ଦ୍ର ଲେଙ୍କାଙ୍କର ଦଶାହ କର୍ମ ଚାଲିଥିଲା । ଏହି ସମୟରେ ନାତି ଜଗମୋହନ ଲେଙ୍କା ଲଣ୍ଡା ହୋଇ ଗ୍ରାମ ପୋଖରୀରେ ଗାଧାଉଥିବା ବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ l ଗ୍ରାମବାସୀ ମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ l ଖବର ପାଇ ଔପଦା ଦମକଳ ବାହିନୀ ପହଁଚି ଖୋଜାଖୋଜି କରିବା ପରେ ପୋଖରୀରୁ ଉଦ୍ଧାର କରିଥିଲେ l ପରେ ତାଙ୍କୁ ଖଇରା ମେଡିକାଲ ନେଇଯାଇଥିଲେ l ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l  ମୃତ ଜଗମୋହନ ଖଇରା କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଥିବାବେଳେ ବୁଧବାର ତାଙ୍କ ଜେଜେଙ୍କର ଦଶାହ କର୍ମ ଥିଲା l ଜଣଙ୍କର ମୃତ୍ୟୁରେ ଲୁହ ଶୁଖି ନଥିବା ବେଳେ ଆଉ ଜଣଙ୍କର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି l ଖଇରା ପୋଲିସ ମେଡିକାଲରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l 

You Can Read:

ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଧାରଣାରେ ଗାଁ ସାଥୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.