ପ୍ରଧାନମନ୍ତ୍ରୀ ଦୟାକରି ବିଜେପି ନେତାଙ୍କ ପ୍ରକୃତ ଚେହେରା ଦେଖନ୍ତୁ , ଏକ୍ସରେ ଭିଡିଓ ସେୟାର କରି ଅପିଲ୍ କଲେ ଲେଖାଶ୍ରୀ

Published By : Prameya-News7 Bureau | July 03, 2025 IST

ଭୁବନେଶ୍ବର ୩।୭: ମହିଳା ରାଜନେତାଙ୍କ ପ୍ରତି ନୀଳଗିରି ବିଧାୟକ ଦେଇଥିବା ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତିଂହାର । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦୟାକରି ଆପଣଙ୍କ ଓଡ଼ିଶାର ବିଧାୟକ ମହିଳା ରାଜନେତାଙ୍କ ବିଷୟରେ କହୁଥିବା କଥା ଶୁଣନ୍ତୁ । ଓଡ଼ିଶା ବିଜେପି ଏତେ ଅକ୍ଷମ ହୋଇଯାଇଛି ଯେ ସେମାନେ ନାରୀର ସମ୍ମାନ ବିଷୟରେ ଚିନ୍ତା ମଧ୍ୟ କରିପାରିବା ଅବସ୍ଥାରେ ନାହାନ୍ତି । 

ସେ ଆହୁରି ଲେଖିଛନ୍ତି, ଓଡ଼ିଶାରେ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କର ଏମିତି ମାନସିକତା ହିଁ ଆଜି ମହିଳା ମାନଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ପାଇଁ ଦାୟୀ । ଯଦି ଆପଣ ଏପରି ମହିଳା ବିରୋଧୀ ନିର୍ବାଚିତ ପ୍ରତିନିଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ମହିଳାମାନଙ୍କ ପାଇଁ ଆପଣଙ୍କର ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ବୋଲି ଜଣାପଡିବ ।



You Can Read:

୬୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ଏପରି ଘଟଣା କେବେ ବି ଦେଖିନି, ଦୃଢ଼ ନିନ୍ଦା କଲେ ସୁର ରାଉତରାୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.