ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ଟ୍ରାଫିକ୍ ସମସ୍ୟା

Published By : Prameya-News7 Bureau | March 12, 2025 IST

ଭୁବନେଶ୍ବର ଦୂର ହେବ ଭୁବନେଶ୍ବର ପଳାଶୁଣିରେ ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଯାହାକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।

ତେବେ ଦିଲ୍ଲୀ ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପରେ ମୋହର ବାଜିଥିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି । 

ସାଂସଦ ଅପରାଜିତା କହିଛନ୍ତି, ସଂସଦୀୟ କ୍ଷେତ୍ରରେ ଗମନା ଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲି l ମନ୍ତ୍ରୀ ଭୁବନେଶ୍ୱର ସହରରେ ଟ୍ରାଫିକ୍ ଜାମ୍ ସମସ୍ୟା ହ୍ରାସ କରିବା ପାଇଁ ଗଙ୍ଗୁଆ ନାଳରେ ପଳାଶୁଣିରେ ଥିବା ସେତୁକୁ ୬ଲେନ୍ ବିଶିଷ୍ଟ କରିବା ପାଇଁ ୫୦ କୋଟି ଟଙ୍କାର ନୀତିଗତ ଅନୁମୋଦନ କରିଛନ୍ତି ।

ଏହି ଅବସରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେଲା l ଏହି ସମସ୍ତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ l ଏହି ସମସ୍ତ ସହଯୋଗ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ଅପରାଜିତା ।

You Can Read:

ବାଇକ୍-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦପଉ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.