ବିଧାନସଭାରେ ହାତାହାତି ଘଟଣାକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡ଼ି ନେତା, ତାରାଙ୍କ ନିଲମ୍ବନ ନିଷ୍ପତ୍ତି ପୁର୍ନବିଚାର କରିବାକୁ ଅନୁରୋଧ  

Published By : Prameya-News7 Bureau | March 12, 2025 IST

ଭୁବନେଶ୍ବର ୧: ତାରାଙ୍କ ସମର୍ଥନରେ ବାହାରିଲା ବିଜୁ ଜନତା ଦଳ । ମଙ୍ଗଳବାରର ଘଟଣାକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲେ ବିଜେଡି ନେତା । ବାଚସ୍ପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ମଙ୍ଗଳବାର ଘଟିଥିବା ଘଟଣାର ତର୍ଜମା କରିବାର ଆବଶ୍ୟକତା ଥିଲା । କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ନିଷ୍ପତ୍ତି ପୁର୍ନବିଚାର କରନ୍ତୁ ବାଚସ୍ପତି । ବିଜେଡି ଶୃଙ୍ଖଳାରେ ବିଶ୍ୱାସ କରେ । ସରକାର ଗୃହ ଚଲାଇବାକୁ ଚାହିଁଲେ ବିଜେଡି ସହଯୋଗ କରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।


ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିଲା । ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ । 

ଗୃହରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଥିଲେ, ବାଚସ୍ପତିଙ୍କୁ ଜଣାଇଥିଲୁ, ଆମ କଥା ଶୁଣିଲେନି । ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଜୟନାରାୟଣ କଲର୍ ଧରିଲେ, ବାବୁ ସିଂ ଧକ୍କା ମାରିଲେ । ଏନେଇ ଲେଖିକି ଜଣାଇଲୁ କିନ୍ତୁ ବାଚସ୍ପତି ଶୁଣିଲେନି । ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି ।

You Can Read:

ବିଧାନସଭାକୁ ଆଉ ମୋବାଇଲ୍ ନେଇ ଯାଇପାରିବେନି ସାମ୍ବାଦିକ, ମଙ୍ଗଳବାରର ଘଟଣା ପରେ ଜାରି ହେଲା କଟକଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.