ସଙ୍ଗୀତ୍‌ରେ ପ୍ରଦର୍ଶିତ ହେବ ଅନନ୍ତ-ରାଧିକାଙ୍କ ଲଭ୍‌ ଷ୍ଟୋରୀ, ଚାଲିଛି ପ୍ରସ୍ତୁତି…

Published By : Prameya-News7 Bureau | June 30, 2024 IST

ମୁମ୍ଵାଇ ୩୦।୦୬; ଅମ୍ବାନି ପରିବାରରେ ପୁଣି ଥରେ ସେଲିବ୍ରେସନ୍‌ ଟାଇମ୍‌ । ନୀତା-ମୁକେଶ  ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ନିଜ ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ  କରିବାକୁ ଯାଉଛନ୍ତି । ଆସନ୍ତା ଜୁଲାଇ ୧୨-୧୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର  ଜିଓ ୱର୍ଲଡ୍‌ ସେଣ୍ଟର୍‌ରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ୧୨  ତାରିଖରେ ବିବାହ, ୧୩ରେ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମ ଓ ୧୪ରେ  ପ୍ରୀତିଭୋଜନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।  ଅମ୍ବାନି ପରିବାର ସଙ୍ଗୀତ ଉତ୍ସବ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ।  

ନ୍ତ-ରାଧିକାଙ୍କ ସଙ୍ଗୀତ ପ୍ରଦର୍ଶନ ଲାଗି ୨ ଭିନ୍ନ ଭିନ୍ନ ବ୍ୟାଚ୍‌  ପ୍ରସ୍ତୁତ ହୋଇଛି । ଗୋଟିଏ ବ୍ୟାଚ୍‌ରେ ଅନନ୍ତଙ୍କ ବନ୍ଧୁ ଓ ଅନ୍ୟ  ବ୍ୟାଚ୍‌ରେ ରାଧିକାଙ୍କ ବାନ୍ଧବୀ ରହିବେ । ସଙ୍ଗୀତ ଉତ୍ସବରେ  ଉଭୟଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହେବ । କେବେ, କେଉଁଠି ଓ  କେମିତି ଦୁହିଁଙ୍କ ଭେଟ ହୋଇଥିଲା ଏବଂ ପ୍ରେମ କେମିତି ହେଲା,  ସବୁକିଛି ସଙ୍ଗୀତ ଜରିଆରେ ପ୍ରଦର୍ଶିତ ହେବ । 

ସଙ୍ଗୀତରେ  ବଲିଉଡ୍‌ ଗୀତ ସାଙ୍ଗକୁ ରାଧିକାଙ୍କ ପ୍ରିୟ ଗାୟିକା କେଟି ପେରୀ,  ବ୍ରିଟନୀ ସ୍ପିୟର୍ସ ଓ ରିହାନାଙ୍କ ଗୀତ ଚୟନ କରାଯାଇଛି । ଏ  ଅବସରରେ ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାକୁ   ମିଳିବ । ଆସନ୍ତା ଜୁଲାଇ ୨ ତାରିଖରେ ପାଲଘର ସ୍ଥିତ ସ୍ୱାମୀ  ବିବେକାନନ୍ଦ ବିଦ୍ୟାମନ୍ଦିରରେ ଅମ୍ବାନି ପରିବାର ଅବହେଳିତ  ଯୋଡ଼ିଙ୍କ ସାମୂହିକ ବିବାହ ଆୟୋଜନ କରିବ । ଗତ କିଛି ଦିନରୁ  ଅମ୍ବାନି ପରିବାର ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ବାଣ୍ଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.