ଭୁବନେଶ୍ବର ୧।୬: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଅନେକ ଦୋଷ ତ୍ରୁଟି ନଜରକୁ ଆସୁଛି । ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବାବଦରେ ପୂର୍ବରୁ କହିଛି । ସେ ପ୍ରକ୍ରିୟା ଆରମ୍ଭ କରିଛୁ । ଟିକେ ସମୟ ଲାଗୁଛି । ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା ଓ ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ଵ ଦେଉଛନ୍ତି । ଖୁବ୍ଶୀଘ୍ର ଆମ ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ ଡ୍ରୋନ୍ ଭିଜୁଆଲ୍ରେ ଜଣେ ଚୁନରା ସେବକଙ୍କ ଚିତ୍ର ଦେଖିବାକୁ ମିଳିଛି । ଡ୍ରୋନ୍ ଉଡିବା ସମୟରେ ସେ ଜାଣିଥିବା ଭଳି ଦୃଶ୍ୟ ବାରି ହୋଇପଡୁଛି । କାରଣ ଯେତେବେଳେ ତାଙ୍କ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି । ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି । ଚୁନରା ସେବକଙ୍କ ଦ୍ବାରା ୧୪ ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି । ଯେଉଁଠି ଆଣ୍ଟି ଡ୍ରୋନ୍ ସିଷ୍ଟମର କଥା କୁହାଯାଉଛି ସେଠାରେ ସାହାସ କରି ଡ୍ରୋନ୍ ଉଡ଼ାଯାଉଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
You Can Read: