ଭୁବନେଶ୍ବର ୨୯।୬: ସୋମବାର ଠାରୁ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ଆବେଦନ ପ୍ରକ୍ରିୟା । ଏ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୧ଟାରୁ ୨ଟା ମଧ୍ୟରେ ହେବ ଆବେଦନ । ଯାଞ୍ଚ ପରେ ୪ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ହେବ । ଆସନ୍ତା ୧ ତାରିଖରେ ଫଳାଫଳ ଘୋଷଣା ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜେଶ୍ୱଲ୍ ସୋମବାର ଆସିବେ ଓ ନିର୍ବାଚନ ପକ୍ଷକୁ ତଦାରଖ କରିବେ । ଆଜି ୧ଟାରୁ ୨ଟା ପରେ ଏକ ନୋଟିଫିକେଶନ ବାହାରିବ ।
ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ମାସରେ ରାଷ୍ଟ୍ରର ଆତ୍ମାକୁ ସ୍ପର୍ଷ କରୁଛନ୍ତି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଭାବନାକୁ ଅବିଭକ୍ତ କରୁଛନ୍ତି । ଯୋଗ ଦିବସ ଅବସରରେ ବ୍ୟାପକ ପ୍ରସ୍ତୁତି ପୂର୍ବ ରେକର୍ଡ ଭାଙ୍ଗିଛି । ଏମରଜେନ୍ସି ସମୟରେ ଦେଶରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ତୀର୍ଥ ଯାତ୍ରା, ଦେଶକୁ ଶସ୍ୟସାମଳା କରିବା ଦିଗରେ ପଦକ୍ଷେପ ଦେଶବାସୀଙ୍କ ଏକତ୍ରିକରଣ ଦ୍ଵାରା ବିକଶିତ ଭାରତ ଦିଗରେ ତଥ୍ୟ ପ୍ରାମାଣିକ ଉଦାହରଣ ଦେଇ ମନ୍ କି ବାତ୍ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ ପ୍ରତ୍ୟକ ମାସରେ ଦେଶବାସୀଙ୍କୁ ପ୍ରେରଣା ଦେବ ନିଶ୍ଚୟ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
You Can Read:
ନୀଳଗିରି ବିଜେଡିକୁ ଶକ୍ତ ଝଟ୍କା : ଦୁଇ ଜିଲ୍ଲା ପରିଷଦ ସଭ୍ୟ ଓ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ