ନୂଆଦିଲ୍ଲୀ ୩୧।୦୭; ବଲିଉଡ୍ ଅଭିନେତା ସଲମାନ ଖାନ। କୃଷ୍ଣସାର ହରିଣ ଶିକାର ମାମଲାରେ ସଲମାନଙ୍କ ଆବେଦନ ଉପରେ ଗତ ସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ବିଚାରପତି ମନୋଜ କୁମାର ଗର୍ଗଙ୍କ ଏକକ ଖଣ୍ଡପୀଠ ଏହି ମାମଲା ସହିତ ଜଡିତ ସମସ୍ତ ବିଚାରାଧୀନ ଆବେଦନ ଗୁଡ଼ିକୁ ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ, ହାଇକୋର୍ଟ ସମ୍ପୃକ୍ତ ସିଜେଏମ କୋର୍ଟକୁ ଆବେଦନର କ୍ରମିକ ସଂଖ୍ୟା ପ୍ରସ୍ତୁତ କରିବାକୁ କହିଛନ୍ତି। କାରଣ ଭିନ୍ନଭିନ୍ନ ଆବେଦନର ଭିନ୍ନଭିନ୍ନ ସମୟରେ ସୂଚୀବଦ୍ଧ ରହିଛି। ଯାହାକି ପୂର୍ବ ଶୁଣାଣି ସମୟରେ ସମସ୍ୟା ଦେଖା ଦେଇଥିଲା । ଏଣିକି କୋର୍ଟ ସମସ୍ତ ଆବେଦନର ଏକ ସମୟରେ ଶୁଣାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି । ମାମଲାର ଆଗାମୀ ଶୁଣାଣିରେ ସେହି ଆବେଦନଗୁଡ଼ିକୁ ମଧ୍ୟ ବିଚାର କରାଯିବ ଯେଉଁଥିରେ ଅଭିନେତା ସୈଫ ଅଲ୍ଲୀ ଖାନ, ନୀଲମ, ତବୁ, ସୋନାଲି ବେନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ବିରୋଧରେ ଦାୟର କରାଯାଇଛି ।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ରେ ଅନୁଷ୍ଠିତ ହେବ । ଏହିଦିନ ସମସ୍ତ ପକ୍ଷଙ୍କ ଆବେଦନ ଗୁଡ଼ିକୁ ଏକତ୍ରିତ ଭାବରେ ଉପସ୍ଥାପନ କରାଯାଇ ମାମଲାର ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହି ଶୁଣାଣି ଦୀର୍ଘକାଳୀନ ମାମଲାର ଏକ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇପାରେ ବୋଲି ଆଶା ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଆବେଦନର ମିଳିତ ଶୁଣାଣି ଦ୍ୱାରା ରାୟର ଦିଗ ନିର୍ଣ୍ଣୟ ହେବାର ସମ୍ଭାବନା ବୃଦ୍ଧି ପାଇଛି ।