ଜିତେଶ ଶର୍ମା କେମିତି କାଟିଲେ ଧ୍ରୁବ୍ ଜୁରେଲଙ୍କ ପତ୍ତା, କେମିତି ହେଲା ଏସିଆ କପ୍‌ରେ ଏଣ୍ଟ୍ରି

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ ୨୨/୦୮: ଏସିଆ କପ୍ କାଉଣ୍ଟଡାଉନ୍ । ସରିଛି ଟିମ୍ ଇଣ୍ଡିଆ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳିବେ ୟଙ୍ଗ ବ୍ରିଗେଡ । ବାଦ୍ ପଡିଛନ୍ତି ଶ୍ରେୟସ ଆୟର, ଯଶସ୍ୱୀ ଜୟସ୍ୱାଲ । ଦମ୍‌ଦାର ଫର୍ମ ସତ୍ତ୍ୱେ ବାଦି ପଡିଛନ୍ତି ବେଷ୍ଟ ବ୍ୟାଟର । ତଥାପି T20 ଦଳରେ ଜବରଦସ୍ତ କମ୍‌ବ୍ୟାକ୍ କରିଛନ୍ତି ଜଣେ ବିସ୍ଫୋରକ ବ୍ୟାଟର । ଷ୍ଟ୍ରାଇକ ରେଟ୍ ୧୫୦ । ବ୍ୟାଟରୁ ଗର୍ଜେ ରନ୍ । 

ଫଟାଫଟ କ୍ରିକେଟରେ ବିଚକ୍ଷଣ ପ୍ଲେୟାର । ଆଇପିଏଲ୍‌ରେ ରେକର୍ଡ ପରେ ରେକର୍ଡ । ବିରୋଧୀଙ୍କ ହାତରୁ ମ୍ୟାଚ୍ ଛଡାଇବାରେ ସେ ମାହିର୍ । ସେତିକି ନୁହେଁ ଓ୍ୱିକେଟ ପଛରେ ବି ସେ ଭଲ କିପର୍ । ଆରସିବି ସୁପର ହିରୋ ସାଜିବେ ଏସିଆ କପ୍‌ ଷ୍ଟାର । ଦୀଘ ମାସ ପରେ ଜିତେଶ ଶର୍ମାଙ୍କୁ ମିଳିଛି ଚାନ୍ସ । ଅପେକ୍ଷା ଜଲଓ୍ୱା ଦେଖାଇବାକୁ ।


୩୧ ବର୍ଷୀୟ ଜିତେଶ, ଆଇପିଏଲ କ୍ୟାରିୟରରେ ୫୫ ମ୍ୟାଚ୍‌ରେ କରିଛନ୍ତି ୯୯୧ ରନ୍ । ୧୪୧ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, କରିଛନ୍ତି ୨,୮୮୬ ରନ୍ । ଜିତେଶ ୧୪୧ ଟି-୨୦ରେ ୯୯ କ୍ୟାଚ୍ ଏବଂ ୧୮ ଷ୍ଟମ୍ପ କରିଛନ୍ତି । ତାଙ୍କ ତୁଳନାରେ ଜୁରେଲ୍ ୫୬ଟି ଟି-୨୦ ମ୍ୟାଚ୍‌ରେ ୭୮୪  ରନ୍ କରିଛନ୍ତି । ୨୪ ବର୍ଷୀୟ ଧ୍ରୁବ୍ ଲଗାଇନାହାଁନ୍ତି ଶତକ । ଜୁରେଲ ୫୬ ଟି-୨୦ ମ୍ୟାଚ୍‌ରେ ୩୨ କ୍ୟାଚ୍ ଏବଂ ଷ୍ଟମ୍ପ କରିଛନ୍ତି । ବୋଧହୁଏ ଜିତେଶଙ୍କ ଫର୍ମ ତାଙ୍କୁ ଟିମ୍‌କୁ କମ୍‌ବ୍ୟାକ୍ ସ୍କୋପ୍ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.