ମାହାଙ୍ଗାରେ ପୁଣି ରାଜନୈତିକ ହିଂସା, ବିଜେପି ସମର୍ଥକଙ୍କୁ ଅଟକାଇ ମାଡ଼ ମାରିଲେ

Published By : Prameya-News7 Bureau | March 16, 2025 IST

ମାହାଙ୍ଗା ୧୬।୦୩ :  ମାହାଙ୍ଗାରେ ପୁଣି ରାଜନୈତିକି ହିଂସା । କ୍ଷୀର ଗାଡ଼ି ନେଇ ଯାଉଥିବା ଜଣେ ବିଜେପି ସମର୍ଥକଙ୍କୁ ଅଟକାଇ ନିର୍ମମ ଭାବେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । 

ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ସିନ୍ଧୁପୁର ଗାଁରେ ସୁଶାନ୍ତ ଜେନା କ୍ଷୀର ଗାଡି ନେଇ ଯାଉଥିଲେ । ଏହି ସମୟରେ ବିରୋଧୀ ଦଳର ସମର୍ଥକ ରୁକ୍ମିଣ ବେହେରା ଓ ଅନ୍ୟ ୩ ଜଣ ମିଶି ଏକାସାଙ୍ଗେ ଆକ୍ରମଣ କରିଥିଲେ। ଯେଉଁଥିରେ ସୁଶାନ୍ତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣ ନେଇ ଭଦ୍ରେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.