ନୂଆଦିଲ୍ଲୀ ୦୪/୦୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ । ଜାନୁଆରୀ ୩ ରୁ ସିଡନୀରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ । ଆଜି ପ୍ରତିଯୋଗିତାର ଦ୍ୱିତୀୟ ଦିନ । ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା ।
ଏହାର ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ମଧ୍ୟ ୧୮୧ ରନ୍ରେ ସୀମିତ ରହିଛି । ଏବେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ ଏବଂ କେ.ଏଲ୍ ରାହୁଲ ଓପନିଂ କରିବାକୁ ଆସିଛନ୍ତି।
ଭାରତୀୟ ବୋଲରଙ୍କ ଆଗରେ ଚାଲିଲାନି କଙ୍ଗାରୁ ଦଳର ବ୍ୟାଟ । ବଡ ରନ ପିଛା କରୁଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇଥିଲେ ଭାରତୀୟ ପେସର । ସିରାଜ ଓ ଯଶପ୍ରୀତଙ୍କ ବୋଲିଂ ଜାଲରେ ଫସିଥିଲେ କଙ୍ଗାରୁ ବ୍ୟାଟର ।
୧୮୧ରନରେ ଅଲଆଉଟ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି । ସେହପରି ବୁମରା ୨ଟି ଓ୍ୱିକେଟ ଏବଂ ନୀତିଶ ରାଣା ୨, ପ୍ରସିଦ୍ଧ କ୍ରିଷ୍ଣା ୩ ଟି ଲେଖାଏ ଓ୍ୱିକେଟ ନେଇଛନ୍ତି ।
ପର୍ଥରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୨୯୧ ରନ୍ରେ ଜିତିଥିଲା ଭାରତ । ତା’ପରେ ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟକୁ ୧୦ ୱିକେଟ୍ରେ ଜିତିଥିଲା। ଏହା ପରେ ବ୍ରିସବେନ ଟେଷ୍ଟ ଡ୍ର ରହିଥିଲା। ମେଲବର୍ଣ୍ଣରେ ୧୮୧ ରନ୍ କରି ଅଷ୍ଟ୍ରେଲିଆ ବଡ ବିଜୟ ହାତେଇଥିଲା । ଏବେ ସିଡନୀରେ ଚାଲିଥିବା ଶେଷ ଟେଷ୍ଟରେ ଭାରତ ୧୮୫ ରନ୍ରେ ଅଲଆଉଟ୍ ହୋଇଥିବାବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୮୧ ରନ୍ରେ ସୀମିତ ରହିଛି ।