କ୍ରୋନିକ ଇନ୍‌ଫେକ୍‌ସନ ଯୋଗୁ ହାତୀ ଶାବକର ମୃତ୍ୟୁ ସନ୍ଦେହ, ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ କାରଣ

Published By : Prameya-News7 Bureau | April 11, 2025 IST

କେନ୍ଦୁଝର ୧୧/୪: ଚମ୍ପୁଆ ରେଞ୍ଜ ଚମକପୁର ନିକଟସ୍ଥ ଜଙ୍ଗଲରେ ଅସୁସ୍ଥ ଛୁଆ ହାତୀର ମୃତ୍ୟୁ ହୋଇଛି । ଶୁକ୍ରବାର ଭୋର୍‌ ପ୍ରାୟ ସାଢେ ୩ଟା ସମୟରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବନବିଭାଗ । ସୂଚନା ମୁତାବକ ଗତ ୭ ତାରିଖରେ ହାତୀ ପଲରେ ଥିବା ଏକ ଦେଢ ବର୍ଷର ଅଣ୍ଡିରା ଛୁଆ ହାତୀଟି ପଛ ଗୋଡରେ ଛଟେଇ ଛଟେଇ ଚାଲୁଥିବା ବନବିଭାଗ ନଜରକୁ ଆସିଥିଲା । ତେବେ ଆହତ ଛୁଆଟି ହାତୀ ପଲରେ ଥିବାରୁ ଚିକିତ୍ସା ସମ୍ଭବ ହୋଇପାରିନଥିଲା ।ଏହା ପରେ ଡ୍ରୋନ ସାହାଯ୍ୟରେ ହାତୀ ଉପରେ ନଜର ରଖିଥିଲା ବନ ବିଭାଗ । କ୍ୟାମେରାରେ ହାତୀର ୨ଟି ଗୋଡ ଓ କାନ ପାଖରେ ଫୁଲି ଥିବା ଜଣାପଡିଥିଲା ।  

ତେବେ ବୁଧବାର ସକାଳୁ ହାତୀ ଛୁଆଟି ଆଉ ଚାଲି ନପାରି ଶୋଇପଡିଥିଲା । ଫଳରେ ଅସୁସ୍ଥ ଛୁଆ ହାତୀକୁ ଛାଡି ଅନ୍ୟ ହାତୀମାନେ ପଳାଇଥିଲେ । ଓୟୁଏଟି ଓ ଡବ୍ଲୁଟିଆଇ ବିଶେଷଜ୍ଞଙ୍କ ପରାମର୍ଶରେ ହାତୀ ଛୁଆର ଚିକିତ୍ସା ଆରମ୍ଭ କରିଥିଲା ବନବିଭାଗ । ତେବେ ଚିକିତ୍ସା ସତ୍ତ୍ବେ ହାତୀ ଛୁଆଟି ଆଖି ବୁଜି ଦେଇଛି । କ୍ରୋନିକ ଇନଫେକସନ କିମ୍ବା ଦନ୍ତାହାତୀର ରାଗ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ହାତୀ ଛୁଆର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି ଧନରାଜ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.