ପୁରୀ ୨୫।୦୪ : ବଡ଼ଦେଉଳରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଦେଇଥିବାରୁ ବଡ଼ ମହାସ୍ନାନ ହୋଇଛି । ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ବଡ଼ଦେଉଳର ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବାର ଜଣାପଡିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ଏହି ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥି ଲାଗି କିଛି ସମୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ମଧ୍ୟ ହୋଇଛି ।