ମାଲକାନଗିରି: ଛତିଶଗଡ଼ରୁ ଶେଷ ହେବ ନକ୍ସଲ ସମସ୍ୟା । ମୁଖ୍ୟସ୍ରୋତରେ ସାମିଲ୍ ହେବେ ମାଓବାଦୀ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆହ୍ବାନ ପରେ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମାଓ ସଂଗଠନ । ପୂର୍ବରୁ ସଂଗଠନ ଏକ ପ୍ରେସ୍ ରିଲିଜ୍ ଜାରି କରି ହିଂସା ଛାଡ଼ିବା କଥା କହିଥିଲେ । ଏବେ ପୁଣି ଥରେ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଉତ୍ତର-ପଶ୍ଚିମା ସବ୍-ଜୋନାଲ୍ କମିଟି ପକ୍ଷରୁ ନିବେଦନ କରାଯାଇଛି ।
ସୂଚନା ଗୃହମନ୍ତ୍ରୀ ଅମିତ୍ ଶାହ ଛତିଶଗଡ଼ ଗସ୍ତରେ ଆସି ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଏହାପରେ ମାଓ ସଂଗଠନ ଅସ୍ତ୍ରଶସ୍ତ୍ର ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଛି । ଏନେଇ କିଛି ଦିନ ପୂର୍ବରୁ ସଂଗଠନ ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା । ଆତ୍ମସମର୍ପଣ କରିବା ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ସରକାର ମଧ୍ୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ । ହେଲେ ପରେ ନକ୍ସଲଙ୍କ ସର୍ତ୍ତରେ ସରକାର ରାଜି ହୋଇନଥିଲେ । କିନ୍ତୁ ଏବେ ପୁଣି ଥରେ ଆଲୋଚନା ପାଇଁ ମାଓ ସଂଗଠନ ରାଜି ହୋଇଛି । । ଉତ୍ତର-ପଶ୍ଚିମା ସବ୍-ଜୋନାଲ୍ କମିଟି ପକ୍ଷରୁ ନିବେଦନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ମାଓ ବିରୋଧୀ ଅଭିଯାନ ପରେ ଲାଲ୍ ବାହିନୀ ଥରହର ହୋଇଛି । ତେଲଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ଦୁଇ ହଜାରରୁ ଅଧିକ ମାଓବାଦୀ ଠୁଳ ହୋଇଥିବା ବେଳେ ସେମାନଙ୍କୁ ଘେରିଛନ୍ତି ତିନି ରାଜ୍ୟର ସୁରକ୍ଷାବଳ । ବୁଧବାର ଜଙ୍ଗଲ ସହ ପାଖାପାଖି ୫ଟି ଅଞ୍ଚଳକୁ ଘେରି ରହିଛନ୍ତି ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରର ୨୦ ହଜାର ଯବାନ ଅପରେସନରେ ସାମିଲ ହୋଇଛନ୍ତି । ଏହି ତିନି ରାଜ୍ୟରେ ଆରମ୍ଭ ହୋଇଛି ନକ୍ସଲ ନିପାତ ଅଭିଯାନ ।