କଟକ: ମହିଳାଙ୍କୁ ଛୁରା ମାରି ସୁନା ଲୁଟ ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ଵାର ପୋଲିସ । ଗତ ୨୧ ତାରିଖରେ ଚୌଦ୍ବାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘଟିଥିଲା ଘଟଣା।
ସୂଚନା ଅନୁଯାୟୀ, ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘରେ ଏକାକୀ ଥିବା ଜଣେ ମହିଳାଙ୍କ ବେକକୁ ଛୁରିମାରି ସୁନା ହାର ନେଇ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଥିଲେ । ଏନେଇ ଗତ ୨୧ତାରିଖରେ ମହିଳାଙ୍କ ଶଶୁର ଶରତ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ଚୌଦ୍ୱାର ପୋଲିସ୍ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା।
ଆଉ ତଦନ୍ତକ୍ରମେ ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣଙ୍କ ବାଲିଚନ୍ଦ୍ରପୁର ଥାନା ଯାନକା ଅଞ୍ଚଳର ଆଶୁତୋଷ ଜେନା ସୁନାହାର ନେଇ ସେହି ଅଞ୍ଚଳର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବିକ୍ରି କରିଥିଲା । ଅଭିଯୁକ୍ତଙ୍କ ଠାରୁ ଏକ ସ୍କୁଟି ଗାଡ଼ି ସହ ଝଳା ହୋଇଥିବା ସୁନାକୁ ଜବତ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।