ସୁନ୍ଦରଗଡ଼ ୨୬।୦୪ : ସୁନ୍ଦରଗଡ଼ ୨୬।୦୪ : ସୁନ୍ଦରଗଡ଼ କୁନାଲ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ହାଇଓ୍ୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ଘଟଣାସ୍ଥଳରେ ହିଁ ହାଇଓ୍ୱା ଡ୍ରାଇଭରଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପିରିକି କିଛି କ୍ଷଣ ପାଇଁ ରାସ୍ତା ମଧ୍ୟ ଜାମ୍ ହୋଇଥିବାର ଖବର ମିଳୁଛି ।
ଖବର ଅନୁଯାୟୀ, ରାଉରକେଲା ପଟୁ ଆସୁଥିଲା ଏକ ଆଇରନ ବୋଝେଇ ହାଇଓ୍ୱା । ହେଲେ ସୁନ୍ଦରଗଡ଼ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଆଇରନ ବୋଝେଇ ହାଇଓ୍ୱା ଗାଡ଼ି ଆଉ ଏକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ହାଇଓ୍ୱାରେ ଥିବା ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚିପି ହୋଇ ରହିଥିଲେ । ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳଙ୍କୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଦୁର୍ଘଟଣା ପରେ କିଛି କ୍ଷଣ ପାଇଁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ହେଲେ ପୋଲିସ ଘଟଣାସ୍ଥଳରୁ ସମସ୍ତଙ୍କୁ ହଟାଇବା ପରେ ଗାଡ଼ି ଚଳାଚଳା ସ୍ୱଭାବିକ ହୋଇଥିଲା ।