ଚଣ୍ଡିଖୋଲ ୨୬।୪: ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣାରେ ବାପା ସମେତ ୫ ଜଣ ଗିରଫ ହୋଇଛନ୍ତି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲ ।
ସୂଚନାଯୋଗ୍ୟ ଯେ, ଦ୍ଵିତୀୟ ବିବାହ ପାଇଁ ୫ ବର୍ଷର ପୁଅକୁ ବାପା ହତ୍ୟା କରିବା ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ବାପା ସମେତ ପରିବାରର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ । ଦୁଇ ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ନାବାଳକଙ୍କ ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ପାରିବାରିକ ବିବାଦ ଯୋଗୁ ଗାଁର ବାଉରୀବନ୍ଧୁ ରାଉତ ନିଜ ୫ ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୋଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା। ଆଜି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
You Can Read:
E-KYCରେ ଯେଉଁ ଗରିବଙ୍କର ରାସନ କାର୍ଡ କଟିଛି, ଆଉ ଥରେ ଆବେଦନ କଲେ କାର୍ଡ ଦେବୁ : ଯୋଗାଣ ମନ୍ତ୍ରୀ