ମାଆ ସାଜିଲା ହତ୍ୟାକାରୀ, ତଣ୍ଟି ଚିପି ନିଜ ଝିଅକୁ କଲା ହତ୍ୟା

Published By : Prameya-News7 Bureau | April 26, 2025 IST

ବିନିକା: ମାଆ ସାଜିଲା ପିଶାଚିନୀ । ପାଞ୍ଚ ବର୍ଷର ଜନ୍ମ କଲା ଝିଅକୁ ଶାଢ଼ୀ ଧଡ଼ିରେ ତଣ୍ଟି ଚିପି କଲା ହତ୍ୟା ।  ଏହି ଘଟଣାର ଦୁଇ ମାସ ପରେ ପିଶାଚିନୀ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେମିତି ଜଣେ ମାଆ ନିଜ ସନ୍ତାନକୁ ଏପରି ନୃଶଂସ ଭାବେ ହତ୍ୟା କରି ପାରିବ ତାକୁ ଲୋକେ ଗ୍ରହଣ କରି ପାରୁ ନାହାନ୍ତି। 

ସୂଚନା ଅନୁସାରେ ଗତ ଫେବୃୟାରୀ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ଗାଁର ଜଣେ ପାଞ୍ଚ ବର୍ଷର ଶିଶୁଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶିଶୁଟି ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ଏନେଇ ପୋଲିସ ପୁଣି ଘଟଣାକୁ ତଦନ୍ତ କରି ଆଜି ଶିଶୁର ମା ଆଶାଲତା ମହାପାତ୍ର କୁ ଗିରଫ କରିଛି । 

ପୋଲିସ ସୂଚନା ଅନୁସାରେ ମହିଳା ଜଣକ ସ୍ୱପ୍ନାଦେଶ ପାଇ ହତ୍ୟା ର କିଛି ଦିନ ପୂର୍ବରୁ ରାଗ ତମତମ୍ ହେଉଥିଲେ । ୨୪ ତାରିଖରେ ଘରେ କେହି ନଥିବାର ସୁଯୋଗ ପାଇ ଶିଶୁଟି ପାଠ ପଢି ଫେରିବା ପରେ ଶାଢ଼ୀର ଧଡ଼ିରେ ତଣ୍ଟି ଚିପି ମାରିଦେଇଥିଲେ । ତେବେ ପୋଲିସ ତଦନ୍ତରେ ସେ ସବୁ କଥା ସ୍ବୀକାର କରି ଥିବା ଉପଖଣ୍ଡ ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.