ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ବାଲୁଗାଁ ସ୍ଥିତ ନୌସେନା ତାଲିମ କେନ୍ଦ୍ର (INS ଚିଲିକା)ରେ ଅଗ୍ନିବୀର ଚାକିରୀ କରାଇଦେବା ପାଇଁ ହୋଇଥିଲା ଲାଞ୍ଚ କାରବାରରେ ପୋଲିସ ତିନି ଜଣ ନୌସେନାର କର୍ମଚାରୀଙ୍କୁ ଗିରଫ କରିଛି ।
ବାଲୁଗାଁ ସ୍ଥିତ ନୌସେନା ତାଲିମ କେନ୍ଦ୍ର (INS ଚିଲିକା)ରେ ଅଗ୍ନିବୀର ଚାକିରୀ କରାଇଦେବା ନାଁରେ ଲାଞ୍ଚ ନେଇଥିବା ନୌସେନାର କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବାଲୁଗାଁ ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ । ଆଉ ଆଜି ଏହାର ପର୍ଦ୍ଦାଫାଶ ହୋଇଛି ବୋଲି ଖୋର୍ଦ୍ଧା SP ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଘଟଣାରେ ୩ ଜଣ ନୌସେନା କର୍ମଚାରୀ ବନ୍ଧା ହୋଇଛନ୍ତି ।
ତିନି ଅଭିଯୁକ୍ତ ବିଭିନ୍ନ ଉପାୟରେ ଚାକିରି କରାଇ ଦେବାକୁ କହି ୩୦ ହଜାରରୁ ଏକ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ଅଭିଯୋଗ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି ବାଲୁଗାଁ ପୋଲିସ । ବର୍ତ୍ତମାନ ୩ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଜଣଙ୍କୁ ଧରିବାକୁ ଆଣ୍ଡାମାନ ଯିବ ଖୋର୍ଦ୍ଧା ପୋଲିସ। ଏଥିରେ ଏକାଧିକ କର୍ମଚାରୀଙ୍କ ସମ୍ପୃକ୍ତ ଥିବାର କହିଛନ୍ତି ଖୋର୍ଦ୍ଧା SP ସାଗରିକା ନାଥ ।
Also read: ଅକ୍ଷୟ ତୃତୀୟା ଦିନ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର, ପୁରୀ ସେବାୟତ ସାମିଲ ହେଲେ ହେବ କାର୍ଯ୍ୟାନୁଷ୍ଠାନ