ନୂଆଦିଲ୍ଲୀ ୨୫/୦୪: ଆଜି ପହଲଗାମ ଯିବେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ଗସ୍ତ କରିବେ। ଆମେରିକା ସରକାରୀ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଗୁରୁବାର ସକାଳେ ତାଙ୍କ ଯାତ୍ରାକୁ ଅଧାରୁ ସାରି ନୂଆଦିଲ୍ଲୀ ଫେରିଆସିଥିଲେ ।
ସୂଚନା ଥାଉକି, ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମିଲ ହୋଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ ସରକାର ଯେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ଆମେ ତାହକୁ ସମର୍ଥନ କରିବୁ । ସରକାରଙ୍କ ସବୁ ନିଷ୍ପତ୍ତିରେ ଆମେ ସହମତ ।
ବୈଠକରୁ ସରିବା ପରେ ରାହୁଲ ଗାନ୍ଧୀ କହିଥିଲେ, "ଯାହା ଘଟିଛି ତାକୁ ଆମେ ନିନ୍ଦା କରୁଛୁ । କଂଗ୍ରେସ ଅଧ୍ୟକ୍ଷ ଖଡଗେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଯେ ଜମ୍ମୁ-କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି କହିଥିଲେ ।
କହିବାକୁ ଗଲେ ପହଲଗାମରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସାଉଦି ଆରବ ଓ ଆମେରିକା ଗସ୍ତକୁ ସଟ୍କଟ କରି ଫେରିଆସିଥିଲେ । ଆକ୍ରମଣ ପରେ, ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ପାଇଁ ଭାରତ ପାକିସ୍ତାନ ବିରୋଧରେ କଡ଼ା ପ୍ରତିଶୋଧମୂଳକ ପଦକ୍ଷେପ ନେଇଛି ।