ମାଲକାନଗିରି ୨୫।୦୪ : ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀକୁ ମିଳିଲା ବଡ ସଫଳତା । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଠାବ ହେଲା ମାଓ ଡମ୍ପ । ଏହି ଡମ୍ପ ଭିତରୁ ଚାରୋଟି ଟିଫିନ ବୋମା ବା IED ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ବଡ ପ୍ଳାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ବାହାରିଛି।
ଖବର ଅନୁଯାୟୀ, ଘନବେଡା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭ ବାଟାଲିୟନର ଜବାନ ମାନେ ଏରିଆ ଡମିନେସନ ଲାଗି ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଯାଞ୍ଚ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ଜବାନମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଛତିଶଗଡ଼ରେ ମାଓବାଦୀ ବିରୋଧୀ ଅପରେସନ ଜୋରଦାର ଚାଲିଥିବା ବେଳେ ମାଓବାଦୀ ମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏହିସବୁ ବିସ୍ଫୋରଣ ସାମଗ୍ରୀ ମାଟି ତଳେ ଡମ୍ପ କରିଥିବା ନେଇ ସୂଚନା ଦେଇଛନ୍ତି ବିଏସଏଫ ଆଇଜି ।