ପଦ୍ମପୁରରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା, ଗାଁରେ ଫୋର୍ସ ମୁତୟନ

Published By : Prameya-News7 Bureau | April 22, 2025 IST

ଗୁଣୁପୁର ୨୨।୦୪ : ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଅଭାବନୀୟ ଘଟଣା । ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ପଦ୍ମପୁର ହାଟପଦା ସାହିର ଭୈରବ ସାହୁ, ତାଙ୍କ  ବୟସ ୫୫ ବର୍ଷ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, କିଛି ଦିନ ତଳେ ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ଗୁଣି ଗାରେଡ଼ିରେ ସନ୍ଦେହ କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ଗାଁ ଲୋକ ।ମୃତକ ପଦ୍ମପୁର ହାଟପଦା ସାହିର ଭୈରବ ସାହୁ ବୋଲି ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ପଦ୍ମପୁର ଥାନା ପୋଲିସ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ ପଥର ମାଡ଼ କରିଥିଲେ ଗାଁଲୋକ । ପଚରାଉଚରା କରିବାକୁ ଯାଇଥିବା ବେଳେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଶେଷରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ ।ତେବେ ଗାଁର ପରିସ୍ଥିତିକୁ ଦେଖି ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 

     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.