ଜଣାପଡ଼ିଗଲା କାରଣ ! କାହିଁକି ବିରାଟ-ଅନୁଷ୍କା ଭାରତ ଛାଡ଼ି ଲଣ୍ଡନ ଚାଲିଗଲେ ?

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ: ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଜଣଙ୍କର କ୍ରିକେଟ୍‌ରେ ଚାଲୁଛି ରାଜ୍ ଓ ଅନ୍ୟଜଣେ ବଲିଉଡର ହୁକୁମୁକା ଏକ୍କା । ଏହି ସଫଳ ଦମ୍ପତ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ । ଭାରତ ଛାଡ଼ି ଲଣ୍ଡନକୁ ସିଫ୍ଟ ହେବାଠାରୁ ଫ୍ୟାନ୍ସଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି । ଭାରତରେ ତାଙ୍କୁ ଏତେ ସମ୍ମାନ ମିଳିବା ପରେ ବି କାହିଁକି ସେମାନେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ । ତେବେ ଏହାର ଉତ୍ତର ଏବେ ସାମ୍ନାକୁ ଆସିଛି ।  

କହିଁକି ଛାଡ଼ିଲେ ଦେଶ:

୨୦୨୪ରୁ ବିରାଟ୍ କୋହଲି ଓ ଅନୁଷ୍କା  ଶର୍ମା ଲଣ୍ଡନରେ ରହିଆସୁଛନ୍ତି । ଏହି ଦମ୍ପତ୍ତି ନିଜର ଦ୍ବିତୀୟ ସନ୍ତାନକୁ ମଧ୍ୟ ଲଣ୍ଡନରେ ଜନ୍ମ ଦେଇଛନ୍ତି । ତେବେ ବିରାଟ ଓ ଅନୁଷ୍କା ଲଣ୍ଡନ ସିଫ୍ଟ ହେବାକୁ ପୂର୍ବରୁ ପ୍ଲାନ୍ କରିଥିଲେ ଏବଂ ଗତ ବର୍ଷ ପୂରା ପରିବାର ସହିତ ବିଦେଶରେ ରହିଆସୁଛନ୍ତି । କାହିଁକି ଏହି ଯୋଡ଼ି ଲଣ୍ଡନ ଗଲେ ଏହାର ଅସଲ କାରଣ ଏବେ ସାମ୍ନାକୁ ଆସିନାହିଁ । ବଲିଉଡର ଜଣେ ଆଗଧାଡ଼ିର ହିରୋଇନଙ୍କ ସ୍ବାମୀର ଏହାର ଖୁଲାସା  କରିଛନ୍ତି । 

ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସ୍ବାମୀ ଡା ଶ୍ରୀରାମ ନୈନେ ଏକ ସାକ୍ଷାତକାରରେ ଏହାର କାରଣ କହିଛନ୍ତି । ବିରାଟ ଓ ଅନୁଷ୍କା କାହିଁକି ଭାରତ ଛାଡ଼ି ଲଣ୍ଡନରେ ସିଫ୍ଟ ହେଲେ ତା’ ଖୁଲାସା କରିଛନ୍ତି । ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ସହ ଆଲୋଚନା କରି ଶ୍ରୀରାମ ନୈନେ କହିଛନ୍ତି, ମାଧୁରୀ ଏବଂ ସେ ଅନୁଷ୍କାଙ୍କ ଲଣ୍ଡନରେ ବହୁତ ଥର ମିଶିଛୁ । ତାଙ୍କ ସହ ଆଲୋଚନା ବେଳେ ସେ ଏହାର କାରଣ କହିଛନ୍ତି । ବିରାଟ ଓ ଅନୁଷ୍କା ଭାରତରେ ନିଜର ସଫଳତାକୁ ଉପଭୋଗ କରି ପାରୁନଥିଲେ । ଯାହା କିଛି କରିବାକୁ ଚାହୁଁଥିଲେ ତାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲା । ଏଥିରେ ଉଭୟେ ପତି-ପତ୍ନୀ ଏକାକୀ ହୋଇପଡ଼ୁଥିଲେ । ସେ ତାଙ୍କ ପିଲାଙ୍କୁ ସାଧାରଣ ଭାବେ ପାଲିବାକୁ ଚାହୁଁଥିଲେ । ଏହା ଭାରତରେ ହୋଇପାରୁନଥିଲା । ତେଣୁ ସେ ଲଣ୍ଡନକୁ ସିଫ୍ଟ ହେବା ପାଇଁ ବାଧ୍ୟ ହେଲେ ।  

ଶ୍ରୀରାମ ନୈନେ ଏହା ମଧ୍ୟ କହିଛନ୍ତି, ଜଣେ ବ୍ୟକ୍ତି ଲୋକପ୍ରିୟ ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନରେ କିପରି ହସ୍ତକ୍ଷେପ ହୁଏ, ଯାହା ମାଧୁରୀଙ୍କୁ ଆଦୌ ପସନ୍ଦ ନଥିଲା । ସେ ଆହୁରି ମଧ୍ୟ କହିଥିଲେ, "ସେ ସମସ୍ତଙ୍କ ସହିତ ମିଶିଯାଆନ୍ତି, ତେଣୁ ତାଙ୍କର କିଛି ଚିନ୍ତା ନାହିଁ, କିନ୍ତୁ ଏହା ଚ୍ୟାଲେଞ୍ଜ ଯୁକ୍ତ କାମ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.