ଶ୍ରୀମନ୍ଦିର ପୁଷ୍ପାଳକ ସେବକଙ୍କୁ କଡା ନିର୍ଦ୍ଦେଶ, ଦୀଘା ଜଗନ୍ନାଥ ମନ୍ଦିର କାର୍ଯ୍ୟରେ ଯୋଗଦେଲେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 26, 2025 IST

ପୁରୀ ପୁଷ୍ପାଳକ ନିଯୋଗ ପକ୍ଷରୁ ସମସ୍ତ ପୁଷ୍ପାଳକ ସେବକଙ୍କୁ କଡା ନିର୍ଦ୍ଦେଶ । ଦୀଘା ଜଗନ୍ନାଥ ମନ୍ଦିରରେ ଆରତୀ, ବେଶ ଓ ଅବକାଶ ପୂଜାରେ ଯେପରି କୌଣସି ପୁଷ୍ପାଳକ ସେବକ ଯୋଗଦାନ କରିବେ ନାହିଁ ଯଦି ଏହି ସମସ୍ତ ନୀତିରେ ଦୀଘାରେ ଯୋଗଦାନ କରିବେ ତାହା ହେଲେ ନିଯୋଗ ବିରୋଧ କାର୍ଯ୍ୟ ବୋଲି ଅଭିହିତ ହୋଇ ନିଯୋଗରୁ ବାସନ୍ଦ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି । ଏହା ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ପକ୍ଷରୁ ସମ୍ପାଦକ ହରେକୃଷ୍ଣ ସିଂହାରୀଙ୍କ ଦସ୍ତଖତରେ ଜାରି କରାଯାଇଛି । 

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର କଡା ନିର୍ଦ୍ଦେଶ, ଦିଘା ଜଗନ୍ନାଥ ମନ୍ଦିରରେ ପ୍ରସାଦ ରାନ୍ଧିଲେ ହେବେ ବାସନ୍ଦ

ସେପଟେ ଗତ ୨୪ ତାରିଖରେ ସୁଆର ମହାସୁଆର ନିଯୋଗ ତରଫରୁ ସମସ୍ତ ସୁଆର ମହାସୁଆର ସେବକ ଓ ସଭ୍ୟ, କର୍ମଚାରୀଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ପରବର୍ତ୍ତୀ ସମୟରେ ରୋଷ କାର୍ଯ୍ୟରେ ନିୟୋଜିତ ହେଲେ ଶ୍ରୀମନ୍ଦିର ରୋଷରୁ ବାସନ୍ଦ, ନିଯୋଗରୁ ବାସନ୍ଦ ଓ ନିଲମ୍ବିତ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏବେ ପୁଷ୍ପାଳକ ନିଯୋଗ ପକ୍ଷରୁ ଆରମ୍ଭ ହୋଇଛି ପଦକ୍ଷେପ ।

You Can Read:

ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା କଲା ବାପା, ଅଭିଯୁକ୍ତ ବାପା ସମେତ ୫ ଗିରଫ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.