ପର୍ଯ୍ୟଟକଙ୍କ ପାଇଁ ୩ ମାସ ଭିତରକନିକା ବନ୍ଦ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୄଷ୍ଟିରେ ରଖି ପଦକ୍ଷେପ

Published By : Prameya-News7 Bureau | April 29, 2025 IST

ପଟ୍ଟାମୁଣ୍ଡାଇ ୨୯।୪ପର୍ଯ୍ୟଟକଙ୍କ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା । ମେ’ ୧ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନ ବିଭାଗ ଏହି ପଦକ୍ଷେପ ନେଇଛି ।  ଏହି ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ଡା ଦେଇଥାନ୍ତି । ଜୁଆର ମାଡୁନଥିବା ସ୍ଥାନରେ ଅର୍ଥାତ ସ୍ଥଳଭାଗରେ କୁମ୍ଭୀର ବସା କରି ଅଣ୍ଡା ଦେଇଥାଏ । ଏହି ସମୟରେ ମାଆ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି l ଏହି ୩ ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନ ବିଭାଗ ନିୟମ ଜାରି କରିଛି l ଏହି ସମୟରେ ମାଛଧରା ବୋଟ୍ ଓ ଅନ୍ୟାନ୍ୟ ମଟରଚାଳିତ ବୋଟ୍ ଗୁଡିକୁ ଜାତୀୟ ଉଦ୍ୟାନରେ  ନିଷିଦ୍ଧ କରାଯାଇଛି । ମାତ୍ର ଅଗଷ୍ଟ ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ।

You Can Read:

ପୁଅ ବ୍ରତଘର ପାଇଁ କିଣିଥିଲେ ୨୦ଲକ୍ଷ ଟଙ୍କାର ସୁନା ଗହଣା, ନେଇଯାଇଥିଲେ ଅଟୋ ଚାଳକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.