ସ୍କୁଲ ଯିବାକୁ ପିନ୍ଧୁଥିଲେ ଜୋତା, ବାହାରି ଆସିଲା ବିଷାକ୍ତ ସାପ....

Published By : Prameya-News7 Bureau | January 24, 2025 IST

ଭୋପାଳ ୨୪/୦୧: ସକାଳୁ ସକାଳୁ ସ୍କୁଲ ଯିବା ସମୟ । ପ୍ରତିଟି ଘରର ନିୟମିତ କାହାଣୀ । ପ୍ରତି ଘରର ପିଲା ଜୋତା, ମୋଜା ପିନ୍ଧି ଯିବା ନିଶ୍ଚୟ । ହେଲେ ଜୋତାରେ ଜଗି ବସିଥିଲା ମୃତ୍ୟୁ ଏକଥା ଜାଣେ ବା କିଏ? ସବୁଦିନ ପରି ସ୍କୁଲ ଯିବା ପାଇଁ ଜୋତା ପିନ୍ଧିଲା ବେଳେ ଭିତରୁ ବାହାରିଥିଲା ବିଷଧର ସାପ । ମାତ୍ର ଟିକିଏ ଟିକିଏରେ ରହିଗଲା ଜୀବନ । ସାପ ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ମଧ୍ୟପ୍ରଦେଶର ଭୋପାଲରେ ଘଟିଛି ଏପରି ଘଟଣା । 

ସ୍କୁଲ ଡ୍ରେସ ପିନ୍ଧିବା ତରତର ହୋଇ ବାହାରିଥିଲେ ଜଣେ ୧୪ ବର୍ଷର ପିଲା । ବ୍ୟାଗ ଓ ଟିଫିନ୍ ଧରି ପ୍ରସ୍ତୁତ ହୋଇ ଆସିଥିଲା ପିଲାଟି । ଅପେକ୍ଷା ଥିଲା କେବଳ ଜୋତା ପିନ୍ଧିବାର । ଦୁଇ ଗୋଡ଼ରେ ଜୋତା ପିନ୍ଧିବା ପରେ ପିଲାଟିକୁ ଟିକିଏ ଅଡୁଆ ଲାଗିଥିଲା। ଜୋତା ଭିତରେ କ’ଣ ନରମ ନରମ ଲାଗୁଛି ଚମକି ପଡିଥିଲା ପିଲାଟି । ସଂଗେ ସଂଗେ ଜୋତା ଖୋଲି ଦେଖିଲା ବେଳକୁ ଉଡିଯାଇଥିଲା ହୋସ୍ । କାରଣ ସେଥିରୁ ବାହାରିଥିଲା ବିଷଧର ସାପ।

also read...

ଲକ୍ଷ୍ନୌରେ ଭୟଙ୍କର ଦୁର୍ଘଟଣା; ଦୁଇଟି କାରକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଏହା ଦେଖିବା ପରେ ପିଲାଟି ଚିତ୍କାର କରି ଡାକ ଛାଡିଥିଲା । ପିଲାର ବିକଟାଳ ଶବ୍ଦ ଶୁଣି ଧାଇଁ ଆସିଥିଲେ ସମସ୍ତେ । କାରମ ଜୋତାରୁ ବାହାରିଥିଲା ବିଷଧର ସାପ । ସେକ୍ନ ହେଲପ ଲାଇନକୁ ଖବର ଦେବା ପରେ, ସେକ୍ନ ହେଲପ ଲାଇନ ପହଞ୍ଚି ଜୋତାରୁ ବିଷଧର ସାପଟିକୁ ଉଦ୍ଧାର କରିଥିଲେ। ଯାହା ଜଣାପଡିଥିଲା ସାପଟି ଥିଲା ଗୋଟିଏ ଚନ୍ଦନ ବୋଡା । ଆଉ ଏହି ସାପ ବି ବେଶ ବିଷଧର । ତେବେ ନିଶ୍ଚିତ ମୃତ୍ୟୁ ମୁଖ୍ରୁ ବର୍ତ୍ତିଯାଇଥିଲା ପିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.