ଭିତରକନିକା ଜାତୀୟ ଉଦ୍ୟାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ଯାଏଁ ପକ୍ଷୀ ଗଣନା

Published By : Prameya-News7 Bureau | August 28, 2025 IST

ପଟ୍ଟାମୁଣ୍ଡାଇ ୨୮।୮: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା କରାଯିବ । ଏହି ପକ୍ଷୀ ଗଣନା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପକ୍ଷୀ ଗଣନା ଚାଲିବ । ପକ୍ଷୀ ଗଣନା ଭିତରକନିକା କନିକା ରେଞ୍ଜର ମଠଆଡିଆ, ଲଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ କରାଯିବ ।  

ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶା ରଖିଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଙ୍କର ସୂଚନା ଦେଇଛନ୍ତି ।

You Can Read:

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଷଷ୍ଠ ବନ୍ୟାରେ ଚାଷୀକୂଳ ହତାଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.