କେନ୍ଦ୍ରାପଡ଼ା ଫାର୍ମରେ ମରି ପଡ଼ୁଛନ୍ତି କୁକୁଡ଼ା, ବାର୍ଡ ଫ୍ଲୁ ଆଶଙ୍କା

Published By : Prameya-News7 Bureau | July 16, 2025 IST

କେନ୍ଦ୍ରାପଡ଼ା ୧୬।୭: କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଦୁମୁକାହାଟ ଗାଁରେ ଏକ ବ୍ରଏଲର୍ ଫାର୍ମରେ କୁକୁଡା ମଡକ ଦେଖାଦେଇଛି । ଗତ ୩ ଦିନ ହେବ ଏଠାରେ କୁକୁଡାଙ୍କ ଠାରେ ରୋଗର ଲକ୍ଷଣ ଦେଖାଦେଇଛି । ଫାର୍ମର କୁକୁଡା ଗୁଡିକ ସ୍ଥିର ହୋଇ ବସି ରହିବା ସହ ମୁଣ୍ଡ ମାଡି ପଡି ଯାଉଥିବା ଫାର୍ମର ମାଲିକ ପ୍ରଭାକର ଲେଙ୍କା କହିଛନ୍ତି l 

ଏହି ଫାର୍ମରେ ପ୍ରଥମ ଦିନରେ ୩୩ଟି କୁକୁଡା ମରିଥିବା ବେଳେ ଦ୍ବିତୀୟ ଦିନରେ ୬୮ ଓ ବୁଧବାର ପୂର୍ବାହ୍ନ ସୁଦ୍ଧା ୧୩୭ ଗୋଟି କୁକୁଡ଼ା ମରିଛନ୍ତି । ତେବେ ଆଜିସୁଦ୍ଧା ମୋଟ୍ ୨୩୮ଟି କୁକୁଡ଼ା ମରିଥିବା ଫାର୍ମ ମାଲିକ ସୂଚନା ଦେଇଛନ୍ତି l ବୁଧବାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

You Can Read:

ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବି, ସମୂହ ଟିସି ନେବାକୁ ଆବେଦନ କଲେ ଛାତ୍ରଛାତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.