କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଘୃଣ୍ୟ ମନ୍ତବ୍ୟ ପ୍ରସଙ୍ଗ : ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ବୟାନକୁ ବିଜେଡିର ନିନ୍ଦା

Published By : Prameya-News7 Bureau | May 15, 2025 IST

ଭୁବନେଶ୍ବର କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଘୃଣ୍ୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ସାହଙ୍କ ଇସ୍ତଫା ଦାବି କଲା ବିଜେଡ଼ି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଭାରତ ଯେବେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଛି, ସାରା ଦେଶ ସେନାକୁ ପୂଜା କରୁଛି । ସୋଫିଆ କ୍ୟୁରେସୀଙ୍କ ପାଇଁ ଆମେ ଗର୍ବିତ । ହେଲେ ମଧ୍ୟପ୍ରଦେଶ ମନ୍ତ୍ରୀ ତାଙ୍କୁ ଆତଙ୍କବାଦୀଙ୍କ ଭଉଣୀ କହୁଛନ୍ତି, ତାକୁ ଆମେ ନିନ୍ଦା କରୁଛୁ । ବିଜେପିର ଘୃଣା ରାଜନୀତିର ମୁଖା ଖୋଲିଛି । ସେନାର ମୋରାଲ ବଢ଼ାଯାଉଛି । ହେଲେ ମଧ୍ୟ ପ୍ରଦେଶର ବିଜେପି ଶାସନରେ ଏପରି ସୋଫିଆଙ୍କ ଭଳି ବୀରଙ୍କୁ ନେଇ ହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ । 

ସେନା ପରିବାରରୁ ସୋଫିଆ ଆସିଛନ୍ତି । ସେ କାହାର ସାର୍ଟିଫିକେଟ୍ ଦରକାର କରୁନାହାନ୍ତି । ଏବେ ଜଣାପଡୁଛି, ଗୋଟେ ସମ୍ପ୍ରଦାୟ ପାଇଁ ବିଜେପିର କେତେ ଘୃଣା ରହିଛି । ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ଯଦି ବିଜେପି ନିକଟରେ ଦେଶ ପ୍ରେମର ରକ୍ତ ଅଛି, ଗିରଫ ବି କରନ୍ତୁ । ଏପରି ମନ୍ତବ୍ୟ ଦେଶ ବିରୋଧୀ ବୋଲି ଲେଖାଶ୍ରୀ କହିଛନ୍ତି ।


You Can Read:

ଫିଲ୍ଡ ଭିଜିଟ୍ ନକଲେ ଯୋଜନା ବାଟବଣା ହେଉଛି, ଭୂତ ହିତାଧିକାରୀ ବହାରୁଛନ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.