ବିକାଶ ବାହନ ବନାମ ଜନ ଜାଗରଣ : ସରକାର ବିରୋଧୀ ନାରା ଦେଇ ବିଜେଡିର ପ୍ରତିବାଦ

Published By : Prameya-News7 Bureau | June 12, 2025 IST

ଭୁବନେଶ୍ବର ୧୨: ବିକାଶ ବାହନ ବନାମ ଜନ ଜାଗରଣ । ମହାତ୍ମା ଗାନ୍ଧୀ ମାର୍ଗରେ ବିଜେପି ସରକାର ଓ ବିରୋଧୀ ବିଜେଡ଼ିର ପାଓ୍ବାର ଶୋ’ । ବିଜେପିର ସଭାସ୍ଥଳରୁ ମାତ୍ର ୫୦୦ ମିଟର ଦୂରରେ ବିଜେଡ଼ିର ବିକ୍ଷୋଭ । ବିଜେଡ଼ିର ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ସାମିଲ । ସରକାର ବିରୋଧୀ ନାରା ଦେଇ ପ୍ରତିବାଦ କରିଛି ବିଜେଡି । ଗୋଟିଏ ବର୍ଷରେ କିଭଳି ଲୋକ ମାନେ ପ୍ରତାରଣାର ଶିକାର ହୋଇଛନ୍ତି ସେଥିପାଇଁ ଲୋକଙ୍କୁ ଅବଗତ କରିବ ଦଳ । 

ବିଜେଡିର ଜନ ଜାଗରଣ ଅଭିଯାନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଛି । ବିଜେଡ଼ି ଅଭିଯୋଗ କରିଥିଲା ଯେ, ସରକାର କାମ ନକରି କେବଳ ସ୍ଲୋଗାନ ଏବଂ ଭାଷଣବାଜିରେ ମାତିଛନ୍ତି । କରନି ବ୍ଲକ୍‌ରେ ଗାଣ୍ଡୁଆଏ ମାଟି ବି ପଡ଼ିନାହିଁ । କେବଳ ବିଜେଡ଼ି ସରକାର କରିଯାଇଥିବା କାର୍ଯ୍ୟରେ ରଙ୍ଗ ମାରିଛନ୍ତି । ଏହି ଜନ ଜାଗରଣ ସବୁ ଗାଁକୁ ନେବ ବିଜେଡ଼ି । 

ତେବେ ବିକ୍ଷୋଭ ବେଳେ ପୋଲିସ ବ୍ୟାରିକେଡ଼ ଭାଙ୍ଗି ଲୋକସେବା ଭବନକୁ ଧସେଇ ପଶିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ । ସମସ୍ତ କର୍ମୀଙ୍କୁ ଉଠାଇନେଲା ପୋଲିସ ।

You Can Read:

ସନ୍ଦେହ ଘେରରେ ଅଭିଯୁକ୍ତକୁ ଜେଲରଙ୍କ ମାଡ଼ ଅଭିଯୋଗ, ଜେଲ୍ ଡିଆଇଜିଙ୍କ ରାଇରଙ୍ଗପୁର ଏବଂ ବାରିପଦା ଜେଲ୍ ପରିଦର୍ଶନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.