୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ପ୍ରଦେଶ, ପ୍ରହ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ଦାୟିତ୍ୱ

Published By : Prameya-News7 Bureau | July 07, 2023 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଚଳିତ ବର୍ଷ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି । ରାଜସ୍ଥାନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରିଛି । ସେହିପରି ନିତିନ ପଟେଲ ଏବଂ କୁଲଦୀପ ବିଷ୍ନୋଇଙ୍କୁ ସହପ୍ରଭାରୀ କରାଯାଇଛି । ଅନ୍ୟପଟେ, ମଧ୍ୟ ପ୍ରଦେଶ ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନୀ ପ୍ରଭାବ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ପ୍ରଦେଶର ନିର୍ବାଚନୀ ସହପ୍ରଭାରୀ କରାଯାଇଛି ।

ଏହାସହ ଛତିଶଗଡ଼ ପାଇଁ ଓମପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ମନସୁଖ ମାଣ୍ଡବ୍ୟଙ୍କୁ ସହପ୍ରଭାରୀ ନିଯୁକ୍ତ କରିଛି ବିଜେପି । ତେଲେଙ୍ଗାନା ପାଇଁ ପ୍ରକାଶ ଜାଭଡେକରଙ୍କୁ ନିର୍ବାଚନୀ ପ୍ରଭାରୀ ଏବଂ ସୁନୀଲ ବଂଶଲଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି ।

ନିର୍ବାଚନ ପ୍ରଭାରୀ ଦାୟିତ୍ୱ

ରାଜସ୍ଥାନ- ପ୍ରହ୍ଲାଦ ଯୋଶୀ

ଛତିଶଗଡ-ଓମପ୍ରକାଶ ମାଥୁର

ମଧ୍ୟ ପ୍ରଦେଶ-ଭୂପେନ୍ଦ୍ର ଯାଦବ

ତେଲେଙ୍ଗାନା-ପ୍ରକାଶ ଜାଭଡେକର

ସହପ୍ରଭାରୀ ଦାୟିତ୍ୱ

ରାଜସ୍ଥାନ-ନିତିନ ପଟେଲ, କୂଳଦୀପ ବିଷ୍ନୋଇ

ଛତିଶଗଡ଼- ମନସୁଖ ମାଣ୍ଡବ୍ୟ

ମଧ୍ୟ ପ୍ରଦେଶ-ଅଶ୍ୱିନୀ ବୈଷ୍ଣବ

ତେଲେଙ୍ଗାନା-ସୁନୀଲ ବଂଶଲ

Also Read: ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ବିଜେପି, କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ଦାୟିତ୍ୱ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.