ଅନେକ ବରିଷ୍ଠ ବିଧାୟକଙ୍କ ଆଚରଣ-ଉଚ୍ଚାରଣ ଠିକ୍ ନାହିଁ, ସେମାନଙ୍କଠୁ ନୂଆ ବିଧାୟକ କ’ଣ ଶିଖିବେ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର : ବିଶୃଙ୍ଖଳିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ଯେଉଁ ବିଧାୟକ ମାନେ ମହିଳା ବାଚସ୍ପତିଙ୍କୁ ବ୍ୟାନର ଫୋଫାଡ଼ିଛନ୍ତି, ଆଚରଣ ଖରାପ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ସେ କହିଛନ୍ତି, ଅନେକ ବରିଷ୍ଠ ବିଧାୟକ ତାଙ୍କର ଆଚରଣ ଉଚ୍ଚାରଣ ଠିକ୍ ନାହିଁ, ସେମାନଙ୍କ ଠାରୁ ନୂଆ ବିଧାୟକ ମାନେ କ’ଣ ଶିଖିବେ ବୋଲି ଅମରେନ୍ଦ୍ର ପ୍ରଶ୍ନ କରିଛନ୍ତି । 

ଏହା ପୂର୍ବରୁ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଦୁର୍ଗା ଚରଣ ନାୟକ ମଧ୍ୟ ବିରୋଧୀ ବିଧାୟକଙ୍କ ଆଚରଣଙ୍କୁ ନିନ୍ଦା କରିଛନ୍ତି ।

You Can Read:

ପ୍ରଶ୍ନୋତ୍ତର ବେଳେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି, ତାରା କହିଲେ- ‘ସେ ପ୍ରଥମେ ମୋ କଲର୍ ଧରିଲେ’

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.