ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ନିର୍ବାଚନ ପାଇଁ ବିଜେପିର ପ୍ରଥମ ସୂଚୀ, ୬୦ ପ୍ରାର୍ଥୀଙ୍କ ନାଁ ଘୋଷଣା

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ବିଜେପି ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି । ଏହାସହ ଗୁରୁବାର ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିଛି । ଏହି ସୂଚୀରେ ମଧ୍ୟ ପ୍ରଦେଶ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଅନ୍ୟପଟେ ଛତିଶଗଡ଼ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ମଧ୍ୟ ପ୍ରଦେଶ ପାଇଁ ଯେଉଁ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି, ସେଥିରେ ୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ସୂଚୀରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ନାହିଁ ।

ପଢନ୍ତୁ: ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିକୁ ମନୋନୀତ ହେଲେ ରାହୁଲ ଗାନ୍ଧୀ

ସନତା ଜିଲ୍ଲାର ଚିତ୍ରକୂଟ ଆସନରୁ ସୁରେନ୍ଦ୍ର ସିଂ ଗହରୱାରାଙ୍କ ନାଁ ଘୋଷଣା କରାଯାଇଛି । ଏହାସହ ଛତର ଆସନରୁ ଲଲିତା ଯାଦବଙ୍କୁ ବିଜେପି ପ୍ରାର୍ଥୀ କହିଛି । ସୁମାବଲୀରୁ ଅଦଲ ସିଂ କଂସାନାକୁ ପିଛୋରରୁ ପ୍ରୀତମ ସିଂ ଲୋଧୀଙ୍କୁ ସୁଯୋଗ ଦିଆଯାଇଛି । ପ୍ରୀତମ ସିଂ ଲୋଧୀ ବରିଷ୍ଠ ନେତ୍ରୀ ଉମା ଭାରତୀଙ୍କ ଘନିଷ୍ଠ ବୋଲି କୁହାଯାଉଛି । ଗୋହଦ ସଂରକ୍ଷିତ ଆସନରୁ ଲାଲ ସିଂ ଆର୍ଯ୍ୟ, ଚାଚୋଡାରୁ ପ୍ରିୟଙ୍କା ମୀଣାଙ୍କୁ ବିଜେପି ପ୍ରାର୍ଥୀ କରିଛି ।

wp:html /wp:html

ଅନ୍ୟପଟେ ଛତିଶଗଡ଼ ପାଇଁ ଘୋଷିତ ୨୧ ପ୍ରାର୍ଥୀଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ଏଠାରେ ଆଦିବାସୀ ସଂରକ୍ଷିତ ଆସନ ବସ୍ତରରୁ ମଣୀରାମ କଶ୍ୟପଙ୍କୁ ବିଜେପି ଟିକେଟ୍ ଦେଇଛି । ସଂରକ୍ଷିତ ଆସନ ମୋହଲା ମାନପୁରରୁ ସଞ୍ଜୀବ ସାହାଙ୍କୁ ଟିକେଟ୍ ମିଳିଛି । ଛତିଶଗଡରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂଙ୍କ ନାଁ ଘୋଷଣା ହୋଇନାହିଁ ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ବୁଧବାର ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ପାଇଁ ବିଜେପି ନିର୍ବାଚନ କମିଟିର ବୈଠକ ଡାକିଥିଲା । ଏଥିରେ ରାଜ୍ୟ ପ୍ରଭାରୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିଥିଲେ । ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରାର୍ଥୀଙ୍କ ନାଁ ଉପରେ ବିଚାର ହୋଇଥିଲା । ଏଥିରେ ପ୍ରାର୍ଥୀ ନାଁ ଚୟନ ଶୀଘ୍ର ସାରିବା ଉପରେ ନିଷ୍ପତ୍ତି ହୋଇଥିଲା । ଫଳରେ ପ୍ରଚାର ଏବଂ ନିଜ ଶକ୍ତି ପ୍ରଦର୍ଶନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ । ଉଲ୍ଲେଖଯୋଗ୍ୟ ଯେ ଅଧିକାଂଶ ସମୟରେ ଦଳରେ ବିଦ୍ରୋହରୁ ବଞ୍ଚିବା ପାଇଁ ବିଜେପି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥାଏ । କିନ୍ତୁ ବିଜେପି ଏଥର ନିଜର ରଣନୀତିକୁ ବଦଳାଇଛି ।

Also Read: ଦିଲ୍ଲୀରେ ଲୋକସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲା କଂଗ୍ରେସ୍, ମେଣ୍ଟ ନିଷ୍ପତ୍ତି କରିବେ ହାଇକମାଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.