ଭୁବନେଶ୍ବର ୨୧।୪: କଂଗ୍ରେସ ଜଗତସିଂହପୁରରେ ପଦଯାତ୍ରା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, କଂଗ୍ରେସ କେନ୍ଦ୍ରରେ ୫୬ ବର୍ଷ ଓ ଓଡ଼ିଶାରେ ୪୦ ବର୍ଷ ପାଖାପାଖି ସରକାରରେ ଥିଲା । ତେଣୁ ସେମାନଙ୍କୁ ସରକାରରେ ଆସିବା ପାଇଁ ମନା ନାହିଁ । କିନ୍ତୁ ସେମାନେ ଯେଉଁ ବିଶ୍ୱସନୀୟତା ହରାଇଛନ୍ତି, ପ୍ରଥମେ ଲୋକଙ୍କ ଆଗରେ ସେହି ବିଶ୍ୱାସ ନିର୍ମାଣ କରିବାକୁ ପଡ଼ିବ । ଓଡ଼ିଶା ଲୋକ କଂଗ୍ରେସକୁ ବିରୋଧୀ ଦଳ ଭାବେ ୨୦ ବର୍ଷ ସୁଯୋଗ ଦେଇଥିଲେ । କିନ୍ତୁ ସେ ସୁଯୋଗ ସେମାନେ ହାତଛଡା କଲେ । ବିଜେପି ୩ ନମ୍ବର ଦଳ ଭାବେ ଓଡ଼ିଶାରେ ୭୦ ବର୍ଷ ରହିଲୁ, ଦେଶରେ ୪୦ ବର୍ଷ ରହିଲୁ । ୩ ନମ୍ବର ଦଳରୁ ୨ ନମ୍ବର ଦଳ ହେବା ପାଇଁ ଦେଶରେ ବିଜେପିକୁ ୪୦ ବର୍ଷ ଲାଗିଲା ଓ ଓଡ଼ିଶାରେ ୭୦ ବର୍ଷ ଲାଗିଲା । କିନ୍ତୁ କଂଗ୍ରେସ ପାଇଁ ୨ ନମ୍ବର ଦଳରୁ ୧ ନମ୍ବର ଦଳ ହେବା ପାଇଁ ସହଜ ଥିଲା । କଂଗ୍ରେସ ସେହି ଟ୍ରେନ ଛାଡ଼ି ଦେଇଛି । ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ସେମାନେ ସରକାରକୁ ଆସିବାର ସୁଯୋଗ ହାତଛଡା କଲେ ବୋଲି ମନମୋହନ କହିଛନ୍ତି ।
You Can Read:
ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟରେ ଲୁଚାଇଥିଲା ମୃତଦେହ, ଅଭିଯୁକ୍ତ ସ୍ବାମୀ ଫେରାର