ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟରେ ଲୁଚାଇଥିଲା ମୃତଦେହ, ଅଭିଯୁକ୍ତ ସ୍ବାମୀ ଫେରାର

Published By : Prameya-News7 Bureau | April 21, 2025 IST

ଉମରକୋଟ ୨୧।୪ସ୍ତ୍ରୀକୁ ହତ୍ୟା କଲେ । ବକ୍ସ ଖଟରେ ଲୁଚାଇଦେଲେ ମୃତଦେହ । ଫେରାର ହୋଇଗଲେ ସ୍ବାମୀ । କାହିଁକି ମାରିଲେ, ହତ୍ୟା ପଛର କାରଣ କ'ଣ ଜଣାପଡିନି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା । ବକ୍ସ ଖଟରୁ ମିଳିଛି ସ୍ତ୍ରୀର ମୃତଦେହ । ମୃତ ମହିଳା ଜଣକ ହେଲେ ଅନୀତା ସୋରି । ହତ୍ୟାକାରୀ ସ୍ୱାମୀ ଦୁଷ୍ମନ୍ତ ନାୟକ ଫେରାର ହୋଇଯାଇଛି । ମହିଳାଙ୍କ ପରିବାର ଲୋକେ ସନ୍ଦେହ କରି ଏ ନେଇ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ମହିଳାଙ୍କ ଶବ ବକ୍ସ ଖଟରେ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଖବର ଲେଖା ହେବା ସୁଦ୍ଧା କେଉଁ କାରଣରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଛି ଜଣାପଡିନାହିଁ । ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।

You Can Read:

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ, ସ୍କୁଲକୁ ଆସିବା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.