ଭୋଗରାଇ ୨୧।୪: ଶିକ୍ଷକଙ୍କ ବଦଳି ପ୍ରତିବାଦ । ଗେଟ୍ରେ ପଡିଲା ତାଲା । ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାରଣା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଥରେଶ୍ୱେର ପ୍ରାଥମିକ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଥରେଶ୍ୱେର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ରେ ତାଲା ପକାଇ ରାଜରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ । ସୋମବାର ସକାଳ ୬ଟା ୩୦ମିନିଟ୍ରୁ ସ୍କୁଲ ଆରମ୍ଭ ହୋଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅଞ୍ଜନ କୁମାର ମହାନ୍ତିଙ୍କ ରାତି ଅଧିଆ ବଦଳି ହୋଇଥିବା ପିଲାମାନେ ଶୁଣି ପାଠ ପଢିବା ବନ୍ଦ କରି ଆନ୍ଦୋଳନରେ ବସିଥିଲେ । ଦୀର୍ଘ ୩ ଘଣ୍ଟା ଆନ୍ଦୋଳନ ଚାଲିବା ପରେ ସିଆରସିସି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ମଙ୍ଗଳବାର ବଦଳି ହୋଇଥିବା ଶିକ୍ଷକ ସ୍କୁଲକୁ ଆସିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
You Can Read: