ଭୁବନେଶ୍ଵର: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ବିଜେପିର ଜବରଦସ୍ତ ପ୍ରଦର୍ଶନ। ବିଜେପି ଶିବିରରେ ଉତ୍ସାହ। କେଉଁଠି ନାଚ ଗୀତ, କେଉଁଠି ମିଠା ଖୁଇବା ପରସ୍ପରକୁ ଶୁଭେଚ୍ଛା।୪ରୁ ୩ ରାଜ୍ୟରେ ବାଜିମାତ୍ କରିଛି ବିଜେପି। କେବଳ ତେଲେଙ୍ଗାନା ଯାଇଛି କଂଗ୍ରେସ ଖାତାକୁ। ତେବେ ତିନି ରାଜ୍ୟରେ କେମିତି ବାଜିମାତ୍ କଲା ବିଜେପି ? କ’ଣ ଏହା ପଛର ରହସ୍ୟ ? ହିନ୍ଦୁତ୍ବ କାର୍ଡ? ନିର୍ବଚନ ପ୍ରତିଶ୍ରୁତି ? ବିଭିନ୍ନ ସ୍କିମ୍ ? ନା ମୋଦି ମ୍ୟାଜିକ୍ ? ତେବେ ୩ ରାଜ୍ୟରେ ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ବିଜେପି ନେତା। ମୋଦିଙ୍କ ବିଭିନ୍ନ ପଲିସିକୁ ବିଜେପି ଗ୍ରହଣ କରିଥିବା କହିଛନ୍ତି ବିଜେପି ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନିଲ୍ ଭିଜ୍ । ବିଜୟକୁ ସେ ମୋଦି ଫ୍ୟାକ୍ଟର ବୋଲି କହିଛନ୍ତି। ମୋଦିଙ୍କ କାମ ଏବଂ ଗ୍ୟାରେଣ୍ଟିକୁ ଲୋକେ ଭରସା କରିଥିବା କହିଛନ୍ତି ରମଣ ସିଂହ।
wp:heading {"level":4}ଅଧିକ ପଢନ୍ତୁ-‘ଭାରତକୁ ବିଜୟୀ କରିବାର ଅଛି…’: ତିନି ରାଜ୍ୟରେ ବିଜେପିର ବଡ଼ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ
/wp:headingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ରାଜ୍ୟରେ ବିଜେପିର ବିଜୟ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ । କହିଛନ୍ତି ମୋଦିଙ୍କ ଗ୍ୟାରେଣ୍ଟି ଆଣି ଦେଇଛି ବିଜୟ। ରାଜସ୍ଥାନ ବିଜେପି ପ୍ରଭାରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଫଳାଫଳ ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ପ୍ରଦାନର ଗ୍ୟାରେଣ୍ଟିକୁ ଲୋକେ ଗ୍ରହଣ କରିଛନ୍ତି। କଂଗ୍ରେସର କଲ୍ୟାଣକାରୀ ଗ୍ୟାରେଣ୍ଟି ଉପରେ ଭାରି ପଡିଛି ମୋଦୀଙ୍କ ଗ୍ୟାରେଣ୍ଟି।ସମାନ କଥା କହିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆ।
ମଧ୍ୟପ୍ରଦେଶରେ ବିପୁଳ ବିଜୟର ଶ୍ରେୟ ଦିଆଯାଉଛି ବିଜେପିର ଲାଡଲି ବେହନା ଯୋଜନାକୁ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଏହି ଯୋଜନା ବଳରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିଥିବା ଚର୍ଚ୍ଚା ହେଉଛି । ଏପରିକି କଂଗ୍ରେସର କେତେକ ନେତା ମଧ୍ୟ ସ୍ବୀକାର କରିଛନ୍ତି ଯେ ଲାଡଲି ଯୋଜନା ଯୋଗୁଁ ବିଜେପି ଲାଭରେ ରହିଲା। ଏହାସହ କିଶାନ ସମ୍ମାନ ନିଧି, କେଜିରୁ ପିଜି ଫ୍ରି ଏଜୁକସନ ମଧ୍ୟ ବିଜେପିକୁ ଫାଇଦା ଦେଇଛି।
wp:heading {"level":4}ଅଧିକ ପଢନ୍ତୁ- ରାଜସ୍ଥାନରେ ପରାଜୟ ସ୍ୱୀକାର କଲା କଂଗ୍ରେସ; ହେଲେ ବିପୁଳ ବିଜୟ ହାସଲ କଲେ ସଚିନ ପାଇଲଟ
/wp:headingତେବେ ଛତିଗଡ଼ରେ କେମିତି ଭୁଲ ପ୍ରମାଣିତ ହେଲା ଏକଜିଟ୍ ପୋଲ? କାହିଁକି କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଲା ବିଜେପି ? ଏଥିପାଇଁ ଦାୟୀ କରାଯାଉଛି ଦଳୀୟ ଷ୍ଟ୍ରାଟେଜିକୁ। ଟିଏସ୍ ସିଂହଦେଓ ଏବଂ ବାଘେଲଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ କଂଗ୍ରେସ ପରାଜୟର ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି । ଯେଉଁ ନେତାଙ୍କ ନାଁରେ ଅଭିଯୋଗ ରହିଥିଲା ସେହି ପୁରୁଣା ପ୍ରାର୍ଥୀଙ୍କ ପ୍ରତିଶତ ଅଧିକ ରହିବା କଂଗ୍ରେସ ପାଇଁ ମହଙ୍ଗା ପଡିଛି । ଏହାସହ ମହାଦେବ ବେଟିଂ ଆପ୍ ଏବଂ ଗୋବର ଘୋଟାଲା ମଧ୍ୟ କଂଗ୍ରେସ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ସେପଟେ ସହରାଞ୍ଚଳରେ ଭୋଟ ହାର ବଢିବା ବିଜେପିକୁ ଫାଇଦା ଦେଲା ।ସେପଟେ ରାଜସ୍ଥାନରେ ପେପର ଲିକ୍ , ଲାଲ୍ ଡାଏରୀ ମାମଲା, ଦଳୀୟ କନ୍ଦଳ, ଇଡି ଚଢାଉ କଂଗ୍ରେସ ପରାଜୟର କାରଣ ବୋଲି କୁହାଯାଉଛି । ତେଲେଙ୍ଗାନା କିନ୍ତୁ କଂଗ୍ରେସ ପାଇଁ କିଛିଟା ଆଶ୍ବସ୍ତି ଆଣିଦେଇଛି । ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ସତ୍ତା ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ। ବିଜୟ ପଛରେ ପ୍ରଦେଶ କଂଗ୍ରେସ ସଭାପତି ଏ ରେଭାନ୍ତ ରେଡ୍ଡୀଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି ।
୩ ରାଜ୍ୟରେ ବିଜୟ ସହ ଏବେ ଦେଶର ୧୨ ରାଜ୍ୟ ବିଜେପି ଅକ୍ତିଆରକୁ ଆସିଛି। ଅନ୍ୟ ୪ ରାଜ୍ୟରେ ସହଯୋଗୀ ଦଳ ସହ ମିଶି ବିଜେପି ସରକାରରେ ରହିଛି। ମାନେ ମୋଟ୍ ୧୬ ରାଜ୍ୟରେ ବିଜେପି ଶାସନ। ରାଜସ୍ଥାନ ଏବଂ ଛତିଶଗଡ଼ ପରାଜୟ ପରେ କଂଗ୍ରେସ ୩ ରାଜ୍ୟକୁ ଖସି ଆସିଛି। ଅନ୍ୟ ୨ ରାଜ୍ୟରେ କଂଗ୍ରେସର ମେଣ୍ଟ ସରକାର ରହିଛି ।