ଖୋର୍ଦ୍ଧା ୭।୪: ବାଇକ୍ ଦୁର୍ଘଟଣା ହେବା ପରେ ବିସ୍ଫୋରଣ ହେଲା ବୋମା । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ସଦର ଥାନା ଷଢେଇଗଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ବାଇକ୍ରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ବାଳ ସାହି ନିକଟରେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ବାଇକ୍ଟି ଓଲଟି ପଡିବାରୁ ବ୍ୟାଗ୍ରେ ଥିବା ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ମୃତକ ହେଲେ ଷଢେଇଗଡ ଗ୍ରାମର ନିରାକାର ସିଂ । ଗୁରୁତର ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
You Can Read:
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ