ସରିନି ଅପରେସନ ସିନ୍ଦୂର, ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ କହିଲେ ମରିଛନ୍ତି ଶତାଧିକ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ ୦୮/୦୫: ଶେଷ ହୋଇନି ଅପରେସନ ସିନ୍ଦୂର । ଆଗକୁ ବି ଖୋଜି ଖୋଜି ମାରିବୁ ଶତ୍ରୁକୁ । ସର୍ବଦଳୀୟ ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏପରି ସ୍ପଷ୍ଟ କରିଛନ୍ତି । ଏହି କାରଣରୁ, ଏହା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରାଯାଇପାରିବ ନାହିଁ । 


ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ, କହିଛନ୍ତି ଯେ ଅପରେସନ ସିନ୍ଦୂରରେ ୧୦୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ଅପରେସନ ସିନ୍ଦୁର ପରେ ପ୍ରତିଶୋଧ ନେବା କଥା କହୁଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ଆମେ ଚୁପ୍ ବସିବୁ ନାହିଁ । ଭାରତକୁ ଏହାର ମୂଲ୍ୟ ଦେବାକୁ ପଡିବ । 

ସୂଚନା ଥାଉକି, ସର୍ବଦଳୀୟ ବୈଠକରେ ଏକ ବଡ଼ ଖୁଲାସା ହୋଇଛି। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପିଓକେରେ 'ଅପରେସନ ସିନ୍ଦୂର' ଆରମ୍ଭ କରିବା ପରେ, ଉଭୟ ପାର୍ଶ୍ୱରେ ଅଶାନ୍ତି ରହିଛି । ଏହି ସର୍ବଦଳୀୟ ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ବୈଠକରେ ବିରୋଧୀ ଦଳ ନେତା ଏହି କାର୍ଯ୍ୟ ଉପରେ ସନ୍ତୋଷ ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଅଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.