Border 2: ପୁଣି ଫେରିବ ସନ୍ଦେସେ ଆତେ ହେଁ ଗୀତ, ରିମେକ୍‌ରେ ଏଥର ଗାଇବେ ସୁନୋ ନିଗମ ଓ ଅରିଜିତ ସିଂହ

Published By : Prameya-News7 Bureau | May 08, 2025 IST

indiatoday

ନୂଆଦିଲ୍ଲୀ: ୧୯୯୭ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର 'ବର୍ଡର'ର ଗୀତ 'ସନ୍ଦେସେ ଆତେ ହେଁ'ର ଆଗାମୀ ସିକ୍ୱେଲ୍ 'ବର୍ଡର ୨'ରେ ଆସିବାକୁ ଯାଉଛି। ଗାୟକ ସୋନୁ ନିଗମ ଏବଂ ଅରିଜିତ ସିଂହ ମିଳିତ ଭାବେ ଏହି ଗୀତ ଗାଇବେ। 'ସନ୍ଦେସେ ଆତେ ହେଁ ୨.୦' ଶୀର୍ଷକ ଏକ ନୂଆ ସଂସ୍କରଣ ପାଇଁ ଏହି ଦୁଇ ଗାୟକ ଏକାଠି କାମ କରିବେ ବୋଲି ସୂଚନା ମିଳିଛି।

ଆଗାମୀ 'ବର୍ଡର ୨' ଫିଲ୍ମକୁ ସନ୍ନି ଦେଓଲ ୨୦୨୪ ମସିହାରେ ଘୋଷଣା କରିଥିଲେ। ଏହି ଫିଲ୍ମଟି ମୂଳ 'ବର୍ଡର'ର ପରବର୍ତ୍ତୀ ସଂସ୍କରଣ ହେବ। ସେତେବେଳେ ଏହି ସିନେମାଟି ଫୁଲ ଆକ୍ସନରେ ପରିପୂର୍ଣ୍ଣ ଥିଲା। ଯୁଦ୍ଧ ସିକ୍ୱେନ୍ସ ସହିତ ଭାବପ୍ରବଣ ସଙ୍ଗୀତ ଭାରତୀୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ବିଶେଷକରି 'ସନ୍ଦେସେ ଆତେ ହେଁ' ଗୀତ ଯୁଦ୍ଧ ସମୟରେ ସୈନିକଙ୍କ ମନୋଦଶାକୁ ଦର୍ଶାଇଥିଲା। ଯାହା ଖୁବ୍ ଭାବପ୍ରବଣ ଥିଲା। ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରୁଥିଲା। ସେତେବେଳେ ଏହି ଗୀତାକୁ ସୋନୁ ନିଗମ ଏବଂ ରୂପ କୁମାର ରାଠୋଡ ଗାଇଥିଲେ। ତେବେ 'ସନ୍ଦେସେ ଆତେ ହେଁ ୨.୦' ଗୀତରେ ସୋନୁ ନିଗମ ପୁଣି ଥରେ ଏଥିରେ ସାମିଲ ହୋଇଥିବା ବେଳେ ରୁପକୁମାର ରାଠୋଡ଼ଙ୍କ ସ୍ଥାନରେ ଏଥର ଅରିଜିତ ସିଂହଙ୍କ ଗୀତ ଗାଇବେ।

ରିପୋର୍ଟ ଅନୁସାରେ ମ୍ୟୁଜିକ୍ କମ୍ପାନୀ ଟି-ସିରିଜର ପ୍ରଯୋଜକ ଭୂଷଣ କୁମାର ୧୦ କୋଟି ଟଙ୍କାରେ ମୂଳ ଗୀତର ରାଇଟ ରଖିଛନ୍ତି। ଏକ ବଲିଉଡ୍ ଗୀତକୁ ପୁନଃନିର୍ମାଣ କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବା ଏକ ରେକର୍ଡ। ପିଙ୍କଭିଲାର ରିପୋର୍ଟ ଅନୁଯାୟୀ, ଭୂଷଣ କୁମାର ବର୍ଡର ଫିଲ୍ମର 'ସନ୍ଦେସେ ଆତେ ହେଁ' ଗୀତର ଭାବପ୍ରବଣର ମୂଲ୍ୟ ବୁଝିଛନ୍ତି। ତେଣୁ 'ବର୍ଡର ୨' ଏହି ଗୀତର ପୁନଃ ନିର୍ମାଣ କରାଗଲେ ଏହା ଲୋକଙ୍କୁ ପୂର୍ବବଳି ପ୍ରଭାବିତ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି। ଏହି ଗୀତଟି ବର୍ଡର ସିନେମାର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ପ୍ରଯୋଜକ ଏତେ ଟଙ୍କା ଖର୍ଚ୍ଚ କରି ଗୀତ ବନାଇବାକୁ ଚାହୁଁଛନ୍ତି।

'ବର୍ଡର ୨'ର ଶୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି। ପ୍ରଯୋଜନା ସଂସ୍ଥା ଫିଲ୍ମର ଶୁଟିଂ ଅଗଷ୍ଟ ୨୦୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ଜେପି ଦତ୍ତ, ଭୂଷଣ କୁମାର ଏବଂ ନିଧି ଦତ୍ତ ଫିଲ୍ମର ପ୍ରଯୋଜନା ବାର ସମ୍ଭାଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.